Odisha Link
Bridging the Missing Links in Odisha

ରାଉରକେଲାକୁ ଅତ୍ୟାଧୁନିକ ଷ୍ଟିଲ୍ କ୍ଲଷ୍ଟର କରିବା ଲକ୍ଷ୍ୟ : ଧର୍ମେନ୍ଦ୍ର ପ୍ରଧାନ

ରାଉଲକେଲା: ରାଉରକେଲାରେ ଗୋଟିଏ ଅତ୍ୟାଧୁନିକ ଷ୍ଟିଲ୍ କ୍ଲଷ୍ଟର ବନାଇବାର ମଧ୍ୟ ଲକ୍ଷ୍ୟ ରହିଛି। ରାଉରକେଲା ଇସ୍ପାତ୍ କାରଖାନାକୁ ସଂପ୍ରସାରଣ କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଛି। ସପ୍ତମ ବେତନ କମିଶନ ଅନୁସାରେ ଶ୍ରମିକ ମାନଙ୍କର ପାରିଶ୍ରମିକ ବୃଦ୍ଧି କରିବାକୁ ସେଲ୍କୁ ପରାମର୍ଶ ଦିଆଯାଇଛି। ରାଉରକେଲାର ସ୍ଥାନୀୟ ଖଣିଜ ଦ୍ରବ୍ୟକୁ କଂଚାମାଲ ଭାବେ ଉପଯୋଗ କରି ରାଉରକେଲାର ଅର୍ଥନୀତିକୁ ଦୁଇଗୁଣା କରିବାର ଆବଶ୍ୟକତା ରହିଛି। କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଭାବରେ ଦାୟିତ୍ୱ ନେବା ପରେ ରାଉରକେଲା ଷ୍ଟିଲ୍ ପ୍ଲାଂଟ ବୁଲି ଦେଖିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଇସ୍ପାତ୍ ଶିଳ୍ପ ବିଶ୍ୱରେ ଗୋଟିଏ ଚ୍ୟାଲେଞ୍ଜିଂ ସମୟରେ ଗତି କରୁଛି। ଏହା ଭିତରେ ମଧ୍ୟ ଭାରତୀୟ ଇସ୍ପାତ୍ ଶିଳ୍ପକୁ ପ୍ରାସଙ୍ଗୀକ କରି ରଖିବା ତଥା ସେଲକୁ ପ୍ରାସଙ୍ଗୀକ କରି ରଖିବା ସରକାରଙ୍କ ପ୍ରମୁଖ ଦାୟିତ୍ୱ। ସେଥିପାଇଁ ସେଲର ଭାୟାବିଲ୍ିଟି ଅଧିକ ହେଉ ତା ପାଇଁ ବିଭିନ୍ନ ପଦକ୍ଷେପ ଭାରତ ସରକାର ଗତ ୫ ବର୍ଷରେ ନେଇଛନ୍ତି ଏବଂ ଆଗାମୀ ଦିନ ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ୨୦୩୦ ସୁଦ୍ଧା ଭାରତରେ ଷ୍ଟିଲ୍ ଉତ୍ପାଦନର କ୍ଷମତା ଆଜି ଦିନରେ ୧୪୦ ଥିଲାବେଳେ ତାହାକୁ ବୃଦ୍ଧି କରି ୩୦୦ କରିବାର ଯୋଜନା କରାଯାଇଛି। ରାଉରକେଲା ଷ୍ଟିଲ୍ ପ୍ଲାଂଟକୁ ସଂପ୍ରସାରଣ କରାଯିବାର ଯୋଜନା ମଧ୍ୟ ଏହାରି ମଧ୍ୟରେ ରହିଛି। ଆଜିର ପ୍ଲାଟର ଯେଉଁ କାମ ଅସମ୍ପୂର୍ଣ୍ଣ ଅଛି ସେଗୁଡିକୁ ମଧ୍ୟ ପୂରଣ କରାଯିବ, ନୂଆ କ୍ଷମତା ବିଶିଷ୍ଟ କରାଯିବ।

୨୦୨୦ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଅନେକ ଖଣିକୁ ନିଲାମ କରାଯିବା ପାଇଁ ଭାରତ ସରକାର ନିଷ୍ପତି ନେଇଥିବା ବେଳେ ଓଡିଶା ଭଳି ରାଜ୍ୟରେ ସେକେଣ୍ଡାରୀ ସେକ୍ଟରକୁ ମିନେରାଲ୍ ରିସୋର୍ସ କିପରି ଉବଲବ୍ଧ ହେବ ତାହା ଚିନ୍ତାର ବିଷୟ। ପ୍ରଥମେ ସେଲ୍ ନିଜ ଆବଶ୍ୟକତା ପୂରଣ କରିବା ସହ ନିଜ ଉତ୍ପାଦନର ୨୫ ପ୍ରତିଶତ ଅଧିକ ଉତ୍ପାଦନ କରିବାର ନିତିଗତ ନିଷ୍ପତି ସେଲ୍ ପକ୍ଷରୁ କରାଯାଇଛି। ସେଲ୍ ପାଖରେ ପାଖାପାଖି ୭୦ ମିଲିୟନ ମେଟ୍ରିକ୍ ଟନର୍ ଲୋଗ୍ରେଡ୍ ଆଇରନ ଫାଇନ୍ସ ଉପଲବ୍ଧ ଅଛି। ଏହି ଲୋଗ୍ରେଡ୍ ଆଇରନ୍ ଫାଇନ୍ସକୁ ଭଲ୍ୟୁ ଆଡିସନ କରି ବଜାରରରେ ବିକ୍ରି କରିବାକୁ ଅନୁମତି ଦିଆଯାଇଛି।

ରାଉରକେଲାର ଷ୍ଟିଲ୍ କାରଖାନା ପାଖାପାଖି ୪ ଲକ୍ଷ ମେଟ୍ରିକ୍ ଟନ୍ ଇସ୍ପାତ୍ ଉତ୍ପାଦନ କରୁଥିବା ବେଳେ ଆଗାମୀ ଦିନରେ ଏହାକୁ ବୃଦ୍ଧି କରାଯିବାର ଲକ୍ଷ୍ୟ ରହିଛି। ସେହିପରି ଆଗାମୀ ଦେଢ ବର୍ଷ ଭିତରେ ରାଉରକେଲାର ସ୍ଥାନୀୟ ଖଣିଜକୁ କଂଚାମାଲ ଭାବେ ଉପଯୋଗ କଲେ ରାଉରକେଲାର ଅର୍ଥନୀତି ଦୁଇ ଗୁଣା ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଓଡିଶାରେ ରାଉରକେଲା ଏକ ବଡ ମାନୁଫ୍ୟାକ୍ଟରିଂ ହବ୍ ହେବା ନେଇ ଲକ୍ଷ୍ୟ ରହିଥିବା ବେଳେ ଏହି ଦୁଇଟି ନିଷ୍ପତି ରାଉରକେଲା ଅର୍ଥନୀତିକୁ ମଜବୁତ୍ କରିବ ବୋଲି ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ରାଉରକେଲାରେ ପାଖାପାଖି ୩୨ ହଜାର ଏକର ଜମି ରାଉରକେଲା ଷ୍ଟିଲ୍ ପ୍ଲାଂଟ ପାଇଁ ରହିଛି। ତେବେ ରାଉରକେଲାର ଷ୍ଟିଲ୍ ପ୍ଲାଟର ସଂପ୍ରସାରଣ ପାଇଁ ଜମିର ଆବଶ୍ୟକତା ଅଛି। ରାଉରକେଲାର ବସ୍ତି ଲୋକଙ୍କୁ ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନାରେ ଘର ଉପଲବ୍ଧ କରାଇବାର ଯୋଜନା ମଧ୍ୟ ପ୍ରସ୍ତାବ ଦିଆଯାଇଛି। ବସ୍ତି ଲୋକଙ୍କ ପାଇଁ ସେଲ୍ ଓ ରାଜ୍ୟ ସରକାର ମିଳିତ ଭାବରେ ଦାୟିତ୍ୱ ନେବାର ଆବଶ୍ୟକତା ରହିଛି।

Comments are closed.