Odisha Link
Bridging the Missing Links in Odisha

ନବୀନଙ୍କୁ ପ୍ରଶ୍ନ କଲେ ସୁରେଶ, କହିଲେ…

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ପାଇଁ ବାଜିଛି ବିଗୁଲ। ଏଥିସହିତ ରାଜ୍ୟରେ ଲାଗି ରହିଛି ନିର୍ବାଚନ ଉସ୍ମତା। ବିଜେପୁର ଉପନିର୍ବାଚନ ଅଖିରେ ରଖି ବିଜେଡିକୁ ଟାର୍ଗେଟ କରିଛି ବିଜେପି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ।

ବିଜେପୁର ଉପନିର୍ବାଚନ ଆଖି ଆଗରେ ରଖି ନବୀନଙ୍କୁ ୫ପ୍ରଶ୍ନ କରିଛନ୍ତି ସୁରେଶ।

୧- ନବୀନ ବାବୁ ବିଜେପୁର ଆସିଥିଲେ କାହିଁକି, ଛାଡ଼ିଲେ କାହିଁକି
୨- ଗତ ନିର୍ବାଚନ ବେଳେ ବିଜେପୁର ବିକାଶ ଦାୟିତ୍ୱ ନିଜେ ନେଇଥିଲେ। ତେବେ ବର୍ଷକ ମଧ୍ୟରେ ନବୀନ ବାବୁ ବିଜେପୁରର କ’ଣ ବିକାଶ କରିଛନ୍ତି କୁହନ୍ତୁ।
୩- ବିନା ଅର୍ଥ ମଞ୍ଜୁରୀରେ ନିର୍ବାଚନ ବେଳେ ବହୁ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ତେବେ ୨୩ ହଜାର କୋଟିର ଗଙ୍ଗାଧର ମେହେର ଜଳ ପ୍ରକଳ୍ପର ସ୍ଥିତି କ’ଣ।
୪- ନିର୍ବାଚନବେଳେ ଚାଷୀଙ୍କୁ ୧୦୦ ଟଙ୍କା ବୋନସ ଦେବେ ବୋଲି ନବୀନ ବାବୁ କହିଥିଲେ। ତେବେ ଏହି ବୋନସ ଚାଷୀଙ୍କୁ କେବେ ମିଳିବ।
୫- ନିର୍ବାଚନ ବେଳେ ବିଜେପୁରରେ ଖାଲିଥିବା ଡାକ୍ତର ଓ ଶିକ୍ଷକ ପଦବୀ ପୂରଣ ହୋଇଥିଲା। ତେବେ ଏବେ ପୁଣି ସବୁ ପଦବୀ ଖାଲି କାହିଁକି ।

Comments are closed.