Odisha Link
Bridging the Missing Links in Odisha

ମୟଙ୍କଙ୍କ ପ୍ରଥମ ଦ୍ବିଶତକ, ଭାରତ ୪୯୪/ ୭

ବିଶାଖାପାଟଣା: ଭାରତୀୟ ଦଳର ଦୁଇ ଅପନର ମୟଙ୍କ ଅଗ୍ରଓ୍ବାଲଙ୍କ ଦ୍ବିଶତକ ଏବଂ ରୋହିତ ଶର୍ମାଙ୍କ ଶତକ ବଳରେ ଦୃଢ ସ୍ଥିତିରେ ଟିମ୍‌ ଇଣ୍ଡିଆ। ରୋହିତ ଆଉଟ ହୋଇଯିବା ପରେ ଭାରତ ନିୟମିତ ଉଇକେଟ ହରାଇ ଚାଲିଥିଲା। କିନ୍ତୁ ମୟଙ୍କ ପ୍ରଭାବୀ ପ୍ରଦର୍ଶନ କରି ଶେଷରେ ଚମତ୍କାର ଦ୍ବିଶତକୀୟ ଇନିଂସ ଖେଳିବାରେ ସକ୍ଷମ ହୋଇଛନ୍ତି। ୨ୟ ଦିନର ମଧ୍ୟାହ୍ନ ଭୋଜନ ବିରତି ପରେ ସେ ଏହି ସଫଳତା ହାସଲ କରିଛନ୍ତି। ଭାରତ ୧୩୧ ଓଭରରୁ ୭ ୱିକେଟ ବିନିମୟରେ ୪୯୪ ରନ ସଂଗ୍ରହ କରିଛି। ଖବର ହେଲା ସୁଦ୍ଧା ରବିନ୍ଦ୍ର ଜାଡେଜା ୨୩ରନ୍‌ କରି ଅପରାଜିତ ଅଉନ୍ତି। ମୟଙ୍କ ଅଗ୍ରଓ୍ବାଲ ୨୧୫, ରୋହିତ ଶର୍ମା(୧୭୬), ଚେତେଶ୍ଵର ପୂଜାରା(୬), ବିରାଟ କୋହଲି(୨୦), ଆଜିଙ୍କ୍ୟ ରାହାଣେ (୧୫), ହନୁମା ବିହାରୀ(୧୦) ଏବଂ ଶାହା ୨୧ ରନ୍‌ର ଯୋଗଦାନ କରି ଆଉଟ ହୋଇଯାଇଛନ୍ତି। ରବୀନ୍ଦ୍ର ଜାଡେଜାଙ୍କ ସହିତ ଅଶ୍ବନୀ ବ୍ୟାଟିଂ କରୁଛନ୍ତି।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ଓପନର ମୟଙ୍କ ଅଗ୍ରୱାଲ ନିଜ କ୍ୟାରିୟରର ପ୍ରଥମ ଦ୍ବିଶତକ ହାସଲ କରିଛନ୍ତି। ମୟଙ୍କଙ୍କ ଦ୍ବିଶତକ ବଳରେ ଭାରତ ୨ୟ ଦିନରେ ୪୦୦ ରନ୍‌ ଅତିକ୍ରମ କରିଛି। ଗତକାଲିର ୮୪ ରନ୍‌ର ଇନିଂସରୁ ମୟଙ୍କ ଆଜିର ପାଳି ଆରମ୍ଭ କରିଥିଲେ। ପ୍ରଥମେ ସେ ୧୦୦ ରନ୍‌ର ମାଇଲଖୁଣ୍ଟ ଛୁଇଁଥିଲେ। ଏହା ତାଙ୍କର ପ୍ରଥମ ଶତକ ଥିଲା।

Comments are closed.