Odisha Link
Bridging the Missing Links in Odisha

ଏମ୍ସ ହସ୍ପିଟାଲ ଗଲେ ଚିଦାମ୍ବରମ୍ 

ନୂଆଦିଲ୍ଲୀ: ତିହାର ଜେଲରେ ଅସୁସ୍ଥ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ। ଫଳରେ ତାଙ୍କୁ ନୂଆଦିଲ୍ଲୀ ସ୍ଥିତ ଏମ୍ସ ନିଆଯାଇଛି। ତାଙ୍କ ପେଟରେ ଯନ୍ତ୍ରଣା ହେବାନେଇ ସେ ସୂଚନା ଦେବାପରେ ତାଙ୍କୁ ଏମ୍ସ ପଠାଯାଇଛି। ତାଙ୍କର ମେଡିକାଲ ଚେକ୍‌ଅପ୍‌ ହେବାନେଇ ସୂଚନା ରହିଥିଲେ ମଧ୍ୟ ସେ ଏମ୍ସରେ ଭର୍ତ୍ତି ହୋଇଥିବା ନେଇ କିଛି ସ୍ପଷ୍ଟ ସୂଚନା ନାହିଁ।

ଗତ ଅଗଷ୍ଟ ୨୧ ପରଠାରୁ ଚିଦାମ୍ବରମ୍‌ ସିବିଆଇ ହେପାଜତରେ ଅଛନ୍ତି। ସେ ବର୍ତ୍ତମାନ ଦିଲ୍ଲୀର ତିହାର ଜେଲରେ ଅଛନ୍ତି। ସୂଚନାଯୋଗ୍ୟ ଯେ, ଚିଦାମ୍ବରମ୍‌ ଦଶହରା ଜେଲ୍‌ରେ ହିଁ କାଟିବେ। କାରଣ ଅକ୍ଟୋବର ୧୫ ଯାଏ ଚିଦାଙ୍କୁ ଜାମିନ୍‌ ମିଳିପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଚିଦାଙ୍କ ଜାମିନ ଆବେଦନ ଉପରେ ପକ୍ଷ ରଖିବା ପାଇଁ ସୁପ୍ରିମକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.