‘ମୁଖ୍ୟମନ୍ତ୍ରୀ ରାମ ହେଲେ ମୁଁ ତାଙ୍କ ହନୁମାନ’

ଭୁବନେଶ୍ବର: ଗୋଟିଏ ପଟେ ରାଜ୍ୟରେ ବେଶ ଜମୁଛି ଦଶହରାର ମାହୋଲ। ଅପରପକ୍ଷେ ଦଶହରାରେ ଜମିଲା ଓଡ଼ିଶା ରାଜନୀତିର ରାମ ରାବଣ ଉପାଖ୍ୟାନ। କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କ ରାମ-ରାବଣ ଉପାଖ୍ୟାନ ପରେ ଏ ପ୍ରସଙ୍ଗରେ ମୁହଁ ଖୋଲିଲେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ।
ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ନବୀନ, ଧର୍ମେନ୍ଦ୍ର, ନିରଞ୍ଜନ ତିନି ଜଣ ହେଉଛନ୍ତି ରାମ ଚରିତ୍ରର। ସବୁ ଦଳ ଭଳି ବିଜେଡିରେ ବି ରାବଣ ଅଛନ୍ତି। ସେ ରାବଣ କିଏ ମୁଁ ନାଁ କହିବିନି, ଗଣମାଧ୍ୟମ ନିଜେ ବାଛୁ। ନବୀନ ରାମ ହେଲେ, ମୁଁ ହନୁମାନ ଦାୟିତ୍ୱ ତୁଲାଉଛି। ପୂର୍ବରୁ ଜାନକୀ ଓ ବିଜୁଙ୍କ ପାଖରେ ମୁଁ ହନୁମାନ ଦାୟିତ୍ୱ ତୁଲାଇଥିଲି ବୋଲି କହିଥିଲେ ପାଟ୍ଟଶାଣୀ।