ବିବାଦ ଘେରରେ ବିଗବସ୍

ନୂଆଦିଲ୍ଲୀ :ଲୋକପ୍ରିୟ ରିୟାଲିଟି ଶୋ’ ବିଗବସ୍ -୧୩ ରେ ବିବାଦ ଲାଗି ରହିଛି । ଏହି ଶୋ’ଉପରେ ରୋକ୍ ଲଗାଇବା ପାଇଁ କଥା ଉଠିଥିଲା କିନ୍ତୁ ଏହାକୁ ତୁରନ୍ତ ବନ୍ଦ କରିବାକୁ କୁବାଯାଇଛି । କରଣୀ ସେନା କେନ୍ଦ୍ରସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ଚିଠି ଲେଖି କହିଛନ୍ତି ଏହି ଶୋ’ ଭାରତୀୟ ସଂସ୍କୃତି ବିପକ୍ଷରେ ପ୍ରସାରଣ କରାଯାଉଛି । ଏପରିକି ଯୁବପିଢ଼ିଙ୍କ ପଥଭ୍ରଷ୍ଟ କରିବା ସହ ଶୋ’ରେ ବହୁତ ଅଧିକ ଅଭଦ୍ର ଆଚରଣ ଦେଖାଯାଉଛି। ଯାହାକୁ ପରିବାର ସହିତ ବସି ଦେଖିବା ସମ୍ଭବକର ହେଉନାହିଁ ।
ଏଥର ଶୋର ଥିମ୍ ‘ବେଷ୍ଟ ଫ୍ରେଣ୍ଡ୍ ଫର୍ ଏଭର୍’ ରହିଛି। ଯେଉଁଥିରେ ପୁରୁଷ ଓ ମହିଳା ଏକା ସଙ୍ଗରେ ବେଡ୍ ଶେଆର୍ କରୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ପରେ ବିବାଦ ଦେଖା ଦେବାରୁ ନିର୍ମାଣକାରୀ ଏହି କନସେଫ୍ଟକୁ ବଦଳାଇଥିଲେ। ପ୍ରଥମେ ପ୍ରତିଯୋଗୀ ମାନଙ୍କ ମଧ୍ୟରେ ବିବାଦ ଦେଖା ଦେଉଥଲା କିନ୍ତୁ ଶୋର ଥିମ୍କୁ ନେଇ ଏହା ବାହାରେ ବିବାଦ ସୃଷ୍ଟି କରିଛି । ଶୋ ଟିକୁ ବନ୍ଦ କରିବା ପାଇଁ ସାଧାରଣ ଲୋକମାନେ ମଧ୍ୟ ଦାବି କରିଛନ୍ତି ।