Odisha Link
Bridging the Missing Links in Odisha

ମୋଦିଙ୍କୁ ଭେଟିଲେ ଜିନ୍‌ପିଙ୍ଗ , ବୁଲିଲେ ଐତିହ୍ୟ ସ୍ଥଳୀ

ଚେନ୍ନାଇ: ଚେନ୍ନାଇରେ ଚାଇନା ରାଷ୍ଟ୍ରପତି ଜିନପିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ମୋଦିଙ୍କୁ ନେଇ ବେଶ ଚର୍ଚ୍ଚା ହେୁଛି। କାରଣ ଭେଟିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାରମ୍ପରିକ ଦକ୍ଷିଣ ଭାରତୀୟ ଧୋତି ପିନ୍ଧିବା ଏବେ ଚର୍ଚ୍ଚାରେ। ଧୋତି ଏବଂ ଶାର୍ଟ ପିନ୍ଧିବା ସହ କାନ୍ଧରେ ଉତ୍ତରୀୟ ଆଦି ସମ୍ପୂର୍ଣ୍ଣ ପାରମ୍ପରିକ ପୋଷାକ ପିନ୍ଧା ମୋଦି ଜିନ୍‌ପିଙ୍ଗଙ୍କୁ ମହାବଳୀପୁରମ୍‌ର ବେଶ କିଛି ଐତିହ୍ୟ ବୁଲାଇଛନ୍ତି।

ଏହି ଦୁଇ ରାଷ୍ଟ୍ର ନେତା ପ୍ରସିଦ୍ଧ ଅର୍ଜୁନ ପ୍ରାୟଶ୍ଚିତ ସ୍ଥଳ, ପଞ୍ଚ ରଥ ଏବଂ ଶୋର୍‌ ମନ୍ଦିର ଆଦି ବୁଲି ଦେଖିଥିଲେ। ଏଠାରେ ସେ ଦୁହେଁ ୧୦ ମିନିଟ୍‌ କାଟିଥିଲେ। ଏଠାରେ ପରସ୍ପର ସହିତ ହାତ ମିଳାଇ ଫଟୋ ଉଠାଇଥିଲେ। ସୂଚନାଯୋଗ୍ୟ ଯେ, ମହାବଳୀପୁରମ୍‌ର କୀର୍ତ୍ତିରାଜି ସବୁ ୟୁନେସ୍କୋ ଦ୍ୱାରା ଐତିହ୍ୟ ସ୍ଥଳୀର ମାନ୍ୟତା ପାଇଛି। ମୋଦି-ଜିନ୍‌ପିଙ୍ଗଙ୍କ ପାଇଁ ଏହି ସ୍ଥାନରେ ରାଡ୍‌କାର୍ପେଟ୍‌ ବିଛାଯାଇଥିଲା।