Odisha Link
Bridging the Missing Links in Odisha

୬୦୧/ ୫ରେ ପ୍ରଥମ ପାଳି ଘୋଷଣା କଲା ଭାରତ

ପୁଣେ: ଅଧିନାୟକ ବିରାଟ କୋହଲିଙ୍କ ଦ୍ବିଶତକ ଏବଂ ମୟଙ୍କ ଅଗ୍ରଓ୍ବାଲଙ୍କ ଶତକ ବଳରେ ବଡ଼ ସ୍କୋର କରି ପାରିଛି ଟିମ୍‌ ଇଣ୍ଡିଆ। ଭାରତ ୬୦୧/ ୫ ରେ ତାର ପ୍ରଥମ ପାଳି ଘୋଷଣା କରିଛି। ବିରାଟଙ୍କ ଅପରାଜିତ ୨୫୪, ମୟଙ୍କ ୧୦୮ , ପୂଜାରଙ୍କ ୫୮, ରାହାଣେଙ୍କ ୫୯ ଏବଂ ଜାଡେଜାଙ୍କ ୯୧ ରନ୍‌ ବଳରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଦୃୃୃଢ ସ୍ଥିତିରେ ଅଛି ଟିମ୍‌ ଇଣ୍ଡିଆ।

କୋହଲି ରାହାଣେଙ୍କ ସହ ଚତୁର୍ଥ ୱିକେଟ୍ ପାଇଁ ୧୭୮ ରନ୍ ଏବଂ ଜାଡେଜାଙ୍କ ସହ ପଞ୍ଚମ ୱିକେଟ୍ ପାଇଁ ୨୨୫ ରନର ଦ୍ୱିଶତକୀୟ ଭାଗୀଦାରୀ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରବାଡା ୩ଟି, କେଶବ ମହାରାଜ ଓ ସେନୁରାନ ମୁଥୁସ୍ୱାମୀ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।

Comments are closed.