Odisha Link
Bridging the Missing Links in Odisha

ସିଲିଣ୍ଡର ଫାଟି ୧୦ ମୃତ, ୩୦ରୁ ଅଧିକ ଆହତ

ଉତ୍ତରପ୍ରଦେଶ: ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଭାଙ୍ଗିଲା ଦୁଇ ମହଲା କୋଠା। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଉତ୍ତରପ୍ରଦେଶରେ ମାଉ ଜିଲ୍ଲା ଅନ୍ତର୍ଗତ ମହମ୍ମଦାବାଦ ଅଞ୍ଚଳରେ ସିଲିଣ୍ଡର ବିସ୍ଫୋରଣ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ ସକାଳ ୭ଟା ୩୦ରେ ଏହି ବିସ୍ଫୋରଣ ଘଟିଛି। ମହମ୍ମଦାବାଦ ଥାନା ଅଞ୍ଚଳର ଓଲିଦପୁରସ୍ଥିତ ଏହି ଘରେ ମହିଳାମାନେ ସକାଳ ଜଳଖିଆ ପ୍ରସ୍ତୁତ କରୁଥିବାବେଳେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟିଥିଲା। ଭଗ୍ନାବଶେଷ ତଳେ ଏବେ ବି କିଛି ଲୋକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି। ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ି ପାରେ ବୋଲି ଆଶଙ୍କା ହେଉଛି।
ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ଲାଗିଛନ୍ତି। ଆହତମାନଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଦୁଃଖଦ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିଦ୍ୟ ନାଥ। ଆହତମାନଙ୍କୁ ତୁରନ୍ତ ଯଥା ସମ୍ଭବ ରିଲିଫ ଏବଂ ଡାକ୍ତରୀ ସହାୟତା ଯୋଗାଇ ଦେବାକୁ ସେ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.