Odisha Link
Bridging the Missing Links in Odisha

ବିବାହ ପାଇଁ ଧର୍ମ ପରିବର୍ତ୍ତନ କଲେ ଏହି ଦୁଇ ଯୋଡି

ମୁମ୍ବାଇ : ସବୁ ଦର୍ଶକଙ୍କ ଡ୍ରିମ୍‌ ଗର୍ଲ ହେଉଛନ୍ତି ବଲିଉଡର ଅଭିନେତ୍ରୀ ହେମା ମାଳିନୀ । ସେ ଏବେ ୭୧ ବର୍ଷ ବୟସରେ ପାଦ ଥାପିଛନ୍ତି । ହେମା ମାଳିନୀ ୧୯୪୮ ଅକ୍ଟୋବର ୧୬ରେ ତାମିଲ୍‌ନାଡୁ ତାଞ୍ଜୋଭର ଜିଲ୍ଲା ର ଆମ୍ମାନକୁଡ଼ି ଠାରେ ଜନ୍ମଗ୍ରହଣ କରିଥିଲେ। ୧୯୬୫ରେ ପାଣ୍ଡବା ବନବାସମ୍‌ରେ ତାଙ୍କୁ ଏକ ଛୋଟ ରୋଲ୍‌ ମିଳିଥିଲା। ଏହାପରେ ୧୯୬୮ରେ ସେ ରାଜକପୁରଙ୍କ ସହିତ ସପନୋ କା ସୌଦାଗର ସିନେମାରେ ଅଭିନୟ କରିଥିଲେ।

ହେମା ୧୯୮୧ ମସିହାରେ ଧର୍ମେନ୍ଦ୍ରଙ୍କୁ ବିବାହ କରିବାଥିଲେ ଏଥି ନିମନ୍ତେ ପାଇଁ ତାଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ପଡିଥିଲା । ଧମେନ୍ଦ୍ର ପଞ୍ଜାବୀ ଥିଲେ। ତେବେ ଦୁହେଁ ବିବାହ ଳାଗି ମୁସଲମାନ ଧର୍ମ ଗ୍ରହଣ କରିଥିଲେ। ହେମା ନିଜ ନାମ ଆୟେଶା ବିବି ଓ ଧର୍ମେନ୍ଦ୍ର ନିଜ ନାମ ଦିଲାବର ଖାଁ ରଖିଥିଲେ। ହେମାଙ୍କୁ ବିବାହ କରିବା ସମୟରେ ଧର୍ମେନ୍ଦ୍ରଙ୍କର ୪ ସନ୍ତାନ ଥିଲେ। ତାଙ୍କ ପ୍ରଥମ ସ୍ତ୍ରୀ ପ୍ରକାଶ କୌର ପିଲାମାନଙ୍କ ଲାଳନପାଳନ ଦାୟିତ୍ୱ ଗ୍ରହଣ କରିଥିଲେ।

Comments are closed.