Odisha Link
Bridging the Missing Links in Odisha

ଲଗାଇଲେ ଗଛ, ଦେଲେ ପରିବେଶ ସୁରକ୍ଷାର ବାର୍ତ୍ତା

ହାଟଡିହୀ: କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ ଅନ୍ତର୍ଗତ ଇଞ୍ଚୋଳର ସାମାଜିକ ସଂଗଠନ ଇଞ୍ଚୋଳ ବିକାଶ ମଞ୍ଚ ସବୁବେଳେ କିଛି ଭିନ୍ନ କରିବାର ପ୍ରୟାସ ରଖି ବୃକ୍ଷ ରୋପଣ ,ପରିବେଶ ପରିଷ୍କାର ଓ ସାମାଜିକ ସଚେତନତା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ହାତକୁ ନେଉଛି । ଆଗାମୀ ଫେବୃୟାରୀରେ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର କରିବାର ଯୋଜନା ହୋଇଛି। ଏହି ମର୍ମରେ ଆଜି ବିକାଶ ମଞ୍ଚର ସଦସ୍ୟ ମାନେ ଏକ ଭିନ୍ନ ବାର୍ତ୍ତା ନେଇ ଆଗକୁ ଆସିଛନ୍ତି ‘ବାଣ ନଫୁଟାଇ ଦୀପ ଜାଳି,ଆସରେ ପାଳିବା ଦୀପାବଳି ଲଗାଇବା ଆମେ ଗଛ,ପରିବେଶ ହେବ ସ୍ୱଚ୍ଛ’।

ଗ୍ରାମରେ ପ୍ରବେଶ ପଥରେ ଗଛ ଲଗାଇ ସ୍ୱଚ୍ଛ ,ସୁନ୍ଦର,ସବୁଜ ଓ ପ୍ରଦୂଷଣ ମୁକ୍ତ ଦୀପାବଳି ପାଳନ କରିଛନ୍ତି। ପରସ୍ପରକୁ ମିଠା ଖୁଆଇ ଦୀପାଳି ପାଳନ କରିବା ସହ ଶିଶୁ ମାନଙ୍କୁ ଚକଲେଟ୍ ବଣ୍ଟନ କରିଛନ୍ତି ।ବିଶ୍ୱ ବିଜୟ ସୁଆର ଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅଜୟ ନାୟକ,ରାଜୀବ ନାୟକ, ବାବୁଲା ବିଶ୍ୱାଳ,ଉମାକାନ୍ତ ପଣ୍ଡା ,ସଞ୍ଜିବ୍ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପଥ ପାର୍ଶ୍ୱରେ ବୃକ୍ଷ ରୋପଣ କରିବା ସହ ଦୀପ ମହମବତୀ ଜାଳି ଶୁଭ ଦୀପାବଳି ପାଳନ କରିବାକୁ ନିବେଦନ କରିଛନ୍ତି।

Comments are closed.