Odisha Link
Bridging the Missing Links in Odisha

ଯୁବତୀଙ୍କୁ ଉଠାଇ ନେଇ ଜଙ୍ଗଲରେ ଗଣଦୁଷ୍କର୍ମ

ରାଉରକେଲା: ରାଉରକେଲାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ରାତି ସାରା ଜଙ୍ଗଲରେ ଯୁବତୀଙ୍କୁ ଦୁର୍ବୃତ୍ତମାନେ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହେବାପରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ରାଉରକେଲା ପୋଲିସ।
ସୂଚନା ଅନୁସାରେ ଗତ ୨୯ ତାରିଖ ରାତିରେ କୁଆଁରମୁଣ୍ଡା ଜଙ୍ଗଲରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଭିଯୁକ୍ତମାନେ ପୀଡିତା ଯୁବତୀ ଜଣଙ୍କୁ ଜଙ୍ଗଲକୁ ଉଠାଇନେଇଥିଲେ। ସେଠାରେ ସେମାନ ରାତି ସାରା ଯୁବତୀଙ୍କୁ ରଖି ଜୋରଜବରଦସ୍ତ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ କରିଛନ୍ତି ପୀଡିତା ଅଭିଯୋଗ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ। ୩ ଅଭିଯୁକ୍ତଙ୍କୁ ଗିରଫ କରିଛି କୁଆଁରମୁଣ୍ଡା ପୋଲିସ।

Comments are closed.