Odisha Link
Bridging the Missing Links in Odisha

ସର୍ଦ୍ଦାର ଏକତାର ପ୍ରତୀକ : ମୋଦି

ନୂଆଦିଲ୍ଲୀ: ଆଜି ହେଉଛି ଦେଶର ପ୍ରଥମ ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ। ସାରା ଦେଶ ଆଜି ଲୌହ ମାନବଙ୍କ ୧୪୪ତମ ଜନ୍ମ ଜୟନ୍ତୀ ପାଳନ କରୁଛି। ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ରନ୍ ଫର୍ ୟୁନିଟି ବା ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମ ପ୍ରତିବର୍ଷ ପରି ଆୟୋଜିତ ହୋଇଯାଇଛି।

ରାଜଧାନୀ ଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର କେଭଡିଆ ଜିଲ୍ଲାରେ ଥିବା ପଟେଲଙ୍କ ପ୍ରତିମୂର୍ତ୍ତି ତଥା ଷ୍ଟାଚ୍ୟୁ ଅଫ୍ ୟୁନିଟି ନିକଟକୁ ଯାଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଦେଶକୁ ଏକତା ସୂତ୍ରର ବାନ୍ଧିବାର ଲକ୍ଷ୍ୟ ପଟେଲଙ୍କର ଥିଲା। ଏବେ ଧାରା ୩୭୦ ହଟିବା ପଟେଲଙ୍କ ପାଇଁ ବଡ଼ ଉପହାର। ଏହା ପଟେଲଙ୍କର ସ୍ୱପ୍ନ ଥିଲା ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ସେହିପରି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏହି ଅବସରରେ ଦିଲ୍ଲୀରେ ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଦେଶ ୭୦ ବର୍ଷ ସ୍ୱାଧୀନ ପାଇବା ପରେ ମଧ୍ୟ କେହି ଧାରା ୩୭୦ ଓ ୩୫ଏକୁ ହଟାଇବାକୁ ଚେଷ୍ଟା କରିନଥିଲେ। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହି ଧାରା ୩୭୦ ଅଗଷ୍ଟ ୫ରେ ଉଚ୍ଛେଦ ହୋଇଛି। ଆତଙ୍କବାଦୀ ଭାରତରେ ପ୍ରବେଶ କରିବା ପାଇଁ ଧାରା ୩୭୦ ଏକ ଫାଟକ ଥିଲା। ଏବେ ଏହି ଫାଟକରେ ପ୍ରଧାନମନ୍ତ୍ରୀ ତାଲା ଲଗାଇବାର କାମ କରିଛନ୍ତି ବୋଲି ଶାହ କହିଛନ୍ତି।

Comments are closed.