Odisha Link
Bridging the Missing Links in Odisha

ବିଜେଡି ସେବାରେ ଓ ସଂଗ୍ରାମରେ ବିଶ୍ବାସ କରେ: ନବୀନ

ଭୁବନେଶ୍ବର: ଦୀର୍ଘ ଏକ ମାସ ଧରି ଚାଲିଥିବା ବିଜୁ ଜନତା ଦଳର ପଦଯାତ୍ରା କାର୍ଯ୍ୟକ୍ରମର ଆଜି ହେଉଛି ଅନ୍ତିମ ଦିବସ। ଏଥିପାଇଁ ବିଜେଡି ପକ୍ଷରୁ ଭୁବନେଶ୍ବର ସାଲିଆସାହି ପଡ଼ିଆରେ ଆୟୋଜିତ ହୋଇଛି ବିରାଟ ସଭା।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସାଲିଆସାହି ପଡ଼ିଆରେ ଆୟୋଜିତ ସଭାରେ ଯୋଗଦେଇ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି ଯ, ଲୋକଙ୍କ ଆଶୀର୍ବାଦ, କର୍ମୀଙ୍କ ପରିଶ୍ରମ, ପୁନଶ୍ଚ ସେବାର ସୁଯୋଗ ଦେଇଛି। ଓଡ଼ିଶାବାସୀଙ୍କ ଏଭଳି ଭଲ ପାଇବା ମୋତେ ଋଣୀ କରିଛି ବୋଲି ନବୀନ ତାଙ୍କ ମନ୍ତବ୍ୟରେ କହିଛନ୍ତି।

ଏଥିସହିତ ବିଜେଡି ସେବାରେ ଏବଂ ଓଡ଼ିଶାବାସୀଙ୍କ ପାଇଁ ସଂଗ୍ରାମରେ ବିଶ୍ବାସ କରେ। ନିକଟରେ ଓଡ଼ିଶା ସରକାର ମୋ ପରିବାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଆମ ଦଳର ସବୁ କର୍ମୀ ଭାଇଉଉଣୀ ଏହି କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।

Comments are closed.