ଆସନ୍ତାକାଲି ଯାଏଁ ବିଧାନସଭା ମୁଲତବି

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ଶୀତ ଅଧିବେଶନ। ବିଧାନ ସଭାରେ ରୀତା ସାହୁ ଶପଥ ନେବା ପରେ କିଛି ସମୟ ପାଇଁ ପ୍ରଶ୍ନ କାଳ ଆରମ୍ଭ ହୋଇାଥିଲା। ପରେ ବିରୋଧି ମାନେ ଯାଜପୁର ସ୍ମିତାରାଣୀ ଘଟଣା ଠାରୁ ଆରମ୍ଭ କରି ରାଜ୍ୟରେ ନାରୀ ମାନଙ୍କୁ ସୁରକ୍ଷା ଦିଆଯିବାକୁ ନେଇ ଗୃହ ମଧ୍ୟକୁ ଆସି ହଟ୍ଟଗୋଳ କରିଥିଲେ । ପ୍ରଥମେ କଂଗ୍ରେସ ଓ ପରେ ବିଜେପି ସଦସ୍ୟ ମାନେ ଗୃହ ମଧ୍ୟ ଭାଗକୁ ଆସି ହୋହଲା କରିଥିଲେ। ପରେ ଏଥିପାଇଁ ଅପରାହ୍ନ ୩ଟା ଯାଏଁ ଗୃହକୁ ମୁଲତବି କରିଥିଲେ ବାଚସ୍ପତି। ପରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବା ବେଳକୁ ସେଇ ସମାନ ଘଟଣା ଦେଖିବାକୁ ମିଳିଥିଲା ଗୃହରେ। ପୁଣି ଆରମ୍ଭ ହୋଇଥିଲା ବିରେଧିଙ୍କ ହଟ୍ଟଗୋଳ। ପୁଣି ବିରୋଧୀ ଦଳର ବହୁ ନେତା ମାନେ ଗୃହର ମଧ୍ୟ ଭାଗକୁ ଆସି ହୋହଲା କରିଥିଲେ। ଏଥିପାଇଁ ବାଚସ୍ପତିଙ୍କୁ ଗୃହ ଚଳାଇବାରେ ବହୁ ଅସୁବିଧା ହୋଇଥିଲା। ପରେ ବିରୋଧିଙ୍କ ହଟ୍ଟଗୋଳ ଦେଖି ବାଚସ୍ପତି ଆସନ୍ତା କାଲି ଯାଏଁ ବିଧାନସଭାକୁ ମୁଲତବି କରିଦେଇଛନ୍ତି।