ବିଶ୍ବ ଶୌଚାଳୟ ଦିବସ
ଭୁବନେଶ୍ବର: ପରିବେଶକୁ ସ୍ବଚ୍ଛ ରଖିବା ସବୁ ବ୍ୟକ୍ତିଙ୍କର କର୍ତ୍ତବ୍ୟ। ବିଶ୍ବରେ ପ୍ରାୟ ୪୨୦ କୋଟି ଲୋକ ସୁରକ୍ଷିତ ଶୌଚାଳୟ ବ୍ୟବସ୍ଥାରୁ ବଞ୍ଚିତ। ଭାରତରେ ୪୦ ପ୍ରତିଶତ ଲୋକେ ଏବେ ମଧ୍ୟ ବାହରେ ମଳ ତ୍ୟାଗ କରୁଛନ୍ତି। ଏହା ଦ୍ବାରା ପରିବେଶ ଦୂଷିତ ହେବା ସହ ବିଭିନ୍ନ ରୋଗ ବ୍ୟାପୁଛି। ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ୨୦୧୨ରୁ ମିଳିତ ଜାତିସଂଘ ପ୍ରତି ନଭେମ୍ବର ୧୯ ତାରିଖକୁ ବିଶ୍ବ ଶୌଚାଳୟ ଦିବସ ରୂପେ ପାଳନ କରାଯାଉଛି। ସେବେଠାରୁ ପ୍ରତି ବର୍ଷ ସ୍ଲୋଗାନ ନେଇ ଏହି ଦିବସ ପାଳନ କରାଯାଉଛି। ୨୦୧୯ରେ ‘ କାହାକୁ ପଛରେ ଛାଡି ଦିଆଯିବନି’ ସ୍ଲୋଗାନ ଦେଇ ଏହି ଦିବସ ପାଳନ କରାଯାଉଛି।ଏହି ଦିଗରେ ଭାତର ସରକାର ସ୍ବଚ୍ଛ ଭାରତ ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି।
Comments are closed.