୨୦ ଦିନ ଭିତରେ ଚାର୍ଜସିଟ୍: ଡିଆଇଜି

ପୁରୀ: ପୁରୀ ଗଣଦୁଷ୍କର୍ମ ନେଇ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହଙ୍କ ଏକ ପ୍ରେସମିଟ୍ କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ଓ ରାଜେଶ ସେଠୀଙ୍କୁ ଗିରଫ କରାଯାଇଛି। ମୋଟ ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି ଓ ଆଜି କୋର୍ଟ ଚାଲାଣ କରାଯିବ। ୨୦ ଦିନ ଭିତରେ ମାମଲାର ଚାର୍ଜସିଟ୍ କରିବାକୁ ବ୍ୟବସ୍ଥା କରୁଛୁ। ସ୍ପେଶାଲ କେସ୍ ଭାବେ ଗ୍ରହଣ କରିଛୁ। ଏହା ସହିତ ୪ଟି ଟିମ୍ କରାଯାଇଛି। ଫାଷ୍ଟ୍ରଟ୍ରାକରେ ବିଚାର କରିବାକୁ ଆମେ କୋର୍ଟରେ ନିବେଦନ କରିବୁ। ସ୍ବାତନ୍ତ୍ର ଓକିଲ ଦେବୁ,ଅଭିଯୁକ୍ତଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଚେଷ୍ଟା କରିବୁ। ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ନାଁରେ ଆଉ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ଚାକିରିରେ ନଥାଇ ମଧ୍ୟ ପୋଲିସ ପରିଚୟପତ୍ର ବ୍ୟବହାର କରିଥିବାରୁ ମାମଲା ରୁଜୁ ହୋଇଛି। ପୋସିଲ ପରିଚୟପତ୍ର ବ୍ୟବହାର ଏକ ଅପରାଧ, ସେନେଇ ମାମଲା ରୁଜୁ କରାଯାଇଛି। ଦଫା ୩୬୩, ୩୭୬(ଡିଏ), ୩୯୪ ଏବଂ ୬ ପକ୍ସୋ ଆକ୍ଟରେ ମାମଲା ହୋଇଛି। ମାଜିଷ୍ଟ୍ରେଟଙ୍କ ନିକଟରେ ପିଡିତାଙ୍କ ୧୬୪ ବୟାନ ରେକଡ କରାଯାଇଛି।