ସେବାଶ୍ରମ ଗର୍ଭବତୀ ଛାତ୍ରୀଙ୍କ ଡିଏନ୍ଏ ପରୀକ୍ଷା

ଜୟପୁର : ଜୟପୁର ଉପକଣ୍ଠ ଫାମ୍ପୁଣୀ ସେବାଶ୍ରମର ଜଣେ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ପୁଲିସ ଅଭିଯୁକ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କ ସ୍ବାମୀଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ଦେବା ସହ ଅଭିଯୁକ୍ତ ଯେମିତି ଖସିଯିବ ନାହିଁ ସେଥିପାଇଁ ଠୋସ୍ ପ୍ରମାଣ ସଂଗ୍ରହ କରାଯିବ। ଏହି ପ୍ରମାଣ କୋର୍ଟରେ ଉପସ୍ଥାପନ କରାଯିବ। ସୂଚନା ଅନୁସାରେ, ଏଥିପାଇଁ ଛାତ୍ରୀଙ୍କ ଡିଏନଏ ଟେଷ୍ଟ କରିବାକୁ ପୁଲିସ ସ୍ଥିର କରିଛି। ତେବେ ସବୁ ପ୍ରକ୍ରିୟା ଆଇନ ଅନୁଯାୟୀ ହିଁ ହେବ। ତେଣୁ ନାବାଳିକା, ପରିବାର, କୋର୍ଟ, ଦୁଇ ଜଣିଆ ଡାକ୍ତରୀ ଦଳ ଓ ଡିସିପିଓଙ୍କ ନିଷ୍ପତ୍ତି ପରେ ଏହି ଟେଷ୍ଟ କରାଯିବ। ଏନେଇ ଆଜି ଜୟପୁର ଏସ୍ଡପିଓ ବରୁଣ ଗୁଣ୍ଟୁପାଲ୍ଲୀ ସୂଚନା ଦେଇଛନ୍ତି ।