Odisha Link
Bridging the Missing Links in Odisha

ଆଜିଠୁ ଭଙ୍ଗାଯିବ ବିଧାୟକଙ୍କ କ୍ବାର୍ଟସ୍, ସ୍ପଷ୍ଟୀକରଣ ଦେଲେ ବାଚସ୍ପତି

ଭୁବନେଶ୍ବର: ବିଧାୟକଙ୍କ କ୍ବାର୍ଟସ ଭଙ୍ଗାକୁ ନେଇ ଲାଗି ରହିଥିବା ଦ୍ବନ୍ଦକୁ ଦୂର କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ସକାଳୁ ହଁ ଆଉ ନା ଭିତରେ ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟାଇଲେ ବାଚସ୍ପତି। କ୍ୱାର୍ଟର୍ସ ଭଙ୍ଗା କାର୍ଯ୍ୟ ଆରମ୍ଭ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସ୍ପଷ୍ଟ କରିଛନ୍ତି। ପ୍ରକାଶ ଯେ, ବିଧାନସଭାର ପୁରୁଣା ଏମଏଲଏ କ୍ୱାଟର୍ସ ଭାଙ୍ଗି ଆପାର୍ଟମେଣ୍ଟ ହେବା ପ୍ରସଙ୍ଗ ଭଙ୍ଗା କାର୍ୟ୍ୟ ଆଜି ନ ହୋଇପାରେ ବୋଲି ସୁଶାନ୍ତ ସିଂହ ପ୍ରତିକ୍ରିୟା ଦେଇଥିଲେ।

ବିଧାନସଭାର ପୁରୁଣା ଏମଏଲଏ କ୍ୱାଟର୍ସ ଭଙ୍ଗାଯାଇ ସେଠି ପୁରୁଣା କ୍ୱାଟର୍ସ ଭିତରେ ୪୨ଟି ଏଫ ଓ ଆର ଟାଇପ ପୁରୁଣା ଏମଏଲଏ କ୍ୱାଟର୍ସ ରହିଛି । ସେଠାରେ ବହୁତଳ ବିଶିଷ୍ଟ ନୂଆ ଆପାର୍ଟମେଣ୍ଟ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଛି। ତେଣୁ ତାକୁ ଆଜି ଠାରୁ ଭଙ୍ଗାଯିବା ପାଇଁ ନିଷ୍ପତ୍ତିହୋଇଥଲା। ତେବେ କିଛି ମନ୍ତ୍ରୀ, ବିଧାୟକ କ୍ୱାଟର୍ସ ଖାଲି କରି ନଥିବାରୁ ତାହା ଆଜି ଭଙ୍ଗା ନଯାଇ ପାରେ ବୋଲି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ଦେଇଥିଲେ।

ଆଜିଠୁ ପୁରୁଣା ବିଧାୟକ କଲୋନି ଭଙ୍ଗାଯି । ସେହି ସ୍ଥାନରେ ନିର୍ମାଣ ହେବ ବିଧାୟକଙ୍କ ପାଇଁ ବହୁତଳ ପ୍ରାସାଦ । ମଙ୍ଗଳବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା ପ୍ରାଥମିକ ପର୍ଯ୍ୟାୟରେ ୪୨ଟି ପୁରୁଣା ବିଧାୟକ କ୍ୱାର୍ଟର୍ସ ଭଙ୍ଗାଯିବ । ନୂତନ ବିଧାୟକ କଲୋନିରେ ବିଧାୟକଙ୍କୁ ୭ଟି କୋଠରି ବିଶିଷ୍ଟ ଘର ଯୋଗାଇ ଦିଆଯିବ । କଲୋନିରେ ପାର୍କିଂ ସୁବିଧା ସହିତ ସନ୍ତରଣାଗାର, ଆମୋଦ ବିନୋଦନ ହଲ୍, ଜିମ୍ ଆଦି ରଖିବାକୁ ନିଷ୍ପତ୍ତି ହୋଇଛି । ଆସନ୍ତା ବର୍ଷକ ଭିତରେ ନୂତନ ବିଧାୟକ କଲୋନି ନିର୍ମାଣ ସମ୍ପୂର୍ଣ୍ଣ ହେବ ବୋଲି ବୈଠକରେ ସ୍ଥିର କରାଯାଇଥିଲା । ବୈଠକର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ, ଓଡ଼ିଶା ଖଣି ନିଗମ ସାମନାରୁ ୧୨୦ ବାଟାଲିୟନ ଛକ ପର୍ଯ୍ୟନ୍ତ ଲମ୍ବିଥିବା ଏଫ୍ ଓ ଆର୍ ଟାଇପ୍ ପୁରୁଣା ବିଧାୟକ କଲୋନିକୁ ଭାଙ୍ଗି ୧୦ ମହଲା ଓ ୯ ମହଲା ବିଶିଷ୍ଟ ଅନେକଗୁଡ଼ିଏ ବହୁତଳ ପ୍ରାସାଦ ବ୍ଲକ୍ ନିର୍ମାଣ କରାଯିବ ।

Comments are closed.