ତୃତୀୟ ଦିନରେ ଭଙ୍ଗା ଚାଲିଛି ସାନଛତା ମଠ

ପୁରୀ: ତୃତୀୟ ଦିନରେ ସାନଛତା ମଠ ଉଛେଦ କାର୍ଯ୍ୟ ଜାରି ରହିଛି। ପୁରୀ ଦୋଳ ବେଦୀ ନିକଟରେ ଥିବା ସାନ ଛତା ମଠରେ ଆଜି ବି ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ମଙ୍ଗୁମଠ ପରେ ସାନଛତା ମଠରେ ଉଚ୍ଛେଦ କରାଯାଉଛି। ଶ୍ରୀମନ୍ଦିରୁ ୭୫ ମିଟର ପରିଧି ଭିତରେ ଏହି ମଠ ଆସୁଥିବାରୁ ଉଛେଦ କରାଯାଉଛି । କାଲି ସ୍ୱର୍ଗଦ୍ୱାର ଓ ସାନଛତା ମଠରେ ଉଚ୍ଛେଦ ହୋଇଥିଲା। ଉଚ୍ଛେଦ କାର୍ଯ୍ୟରେ ନିୟୋଜିତ ହୋଇଥିଲେ ୩୦ରୁ ଅଧିକ ବୁଲଡୋଜାର।