ଖୋର୍ଦ୍ଧା ଗୁଳିକାଣ୍ଡ : ଔଷଧ ଦୋକାନୀ ମୃତ

ଖୋର୍ଦ୍ଧା: ଖୋର୍ଦ୍ଧା କ୍ଲିନିକରେ ଗୁଳିମାଡ ଘଟଣରେ ଗୁରୁତର ଔଷଧ ଦୋକାନୀ ସନ୍ତୋଷ ସାହୁଙ୍କ ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଏକ ଭୁବନେଶ୍ବର ସ୍ଥିତ ଏକ ଘରୋଇ ମେଡିକାଲରେ ମୃତ୍ୟୁ ହୋଇଛି। ସନ୍ତୋଷଙ୍କୁ ଗୁରୁତର ଭାବେ ରବିବାର ବିଳମ୍ବିତ ରାତିରେ ଭୁବନେଶ୍ବର ସ୍ଥିତ ଏକ ଘେରାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା।
ମିଳିଥିବା ସୂଚନା ଅନୁସାରେ ରବିବାର ଦିନ କ୍ଲିନିକରେ ରୋଗୀଙ୍କ ଚିକିତ୍ସା କରୁଥିବା ବେଳେ ଡାକ୍ତରଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ଡାକ୍ତରଙ୍କ ଉପରକୁ ଗୁଳିମାଡ଼ ହୋଇଥିବା ବେଳେ ନିକଟରେ ଥିବା ମେଡ଼ିସିନ ଦୋକାନୀଙ୍କ ଦେହରେ ମଧ୍ୟ ଗୁଳି ବାଜିଥିଲା। ଡାକ୍ତର ଜଣକ ହେଲେ ଶିଶୁ ରୋଗ ବିଶେଷଜ୍ଞ ମାନସ ରଞ୍ଜାନ ଦାସ ।
ରବିବାର ସେ କ୍ଲିନିକ୍ ରେ ବସି ରୋଗୀ ଦେଖୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ, ପରେ ଦୁଇ ଦୁର୍ବୃତ୍ତ ତୁରନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଆହତ ଡାକ୍ତର ମାନସ ଦାସ ଓ ମେଡ଼ିସିନ ଦୋକାନୀ ସନ୍ତୋଷ ସାହୁଙ୍କୁ ଭୁବନେଶ୍ବରର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଆହତ ଡାକ୍ତରଙ୍କ ପେଟରେ ଗୁଳି ବାଜିଛି। ତାଙ୍କୁ ପ୍ରଥମ ଖୋର୍ଦ୍ଧା ଡାକ୍ତରଖାନା ଏବଂ ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଡାକ୍ତରଙ୍କ ଉପରେ ଦୁର୍ବୃତ୍ତ ମାନେ ଗୁଳି ଚଳାଇଥିବା ବେଳେ ମେଡିସିନ୍ ଷ୍ଟୋର ମାଲିକ ତାଙ୍କୁ ବଞ୍ଚାଇବାକୁ ଆସିବା ବେଳେ ଦୁର୍ବୃତ୍ତ ମାନେ ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ । ଖୋର୍ଦ୍ଧା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଗୁଳିକାଣ୍ଡ ର ସମସ୍ତ ଘଟଣା ସିସିଟିଭି ରେ କଏଦ ହୋଇଛି। ସିସିଟିଭି କୁ ଆଧାର କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ତେବେ ଖୁବଶୀଘ୍ର ଦୁର୍ବୃତ୍ତ ମାନଙ୍କୁ ଧରାଯିବ ବୋଲି ଖୋର୍ଦ୍ଧା ଏସ୍ ପି ସୂଚନା ଦେଇଛନ୍ତି।