Odisha Link
Bridging the Missing Links in Odisha

ବିଧାନସଭା ବାଚସ୍ପତିମାନଙ୍କର ସମ୍ମିଳନୀରେ ଯୋଗଗଦେଲେ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର

ଡେରାଡୁନ୍‌: ଉତ୍ତରାଖଣ୍ଡ ବିଧାନସଭା ଆନୁକୂଲ୍ୟରେ ଡେରାଡୁନ୍‌ଠାରେ ଆୟୋଜିତ ୭୯ତମ ବିଧାନସଭା ବାଚସ୍ପତିମାନଙ୍କର ସମ୍ମିଳନୀରେ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଆଜି ଯୋଗଦେଇଛନ୍ତି। ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀ ୧୮ ଓ ୧୯ ତାରିଖ ଦୁଇଦିନ କ୍ରିଧ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ଯୋଗଦେଇଥିବା ବିଭିନ୍ନ ରାଜ୍ୟ ବିଧାନସଭାର ବାଚସ୍ପତିମାନେ ବିଧାନସଭା ପରିଚାଳନା ସଂପର୍କିତ ସେମାନଙ୍କର ପ୍ରତ୍ୟକ୍ଷ ଅନୁଭୂତି ବର୍ଣ୍ଣନା କରିଥିଲେ।

ଆଲୋଚନାର ବିଷୟବସ୍ତୁ ଥିଲା ‘ସଂସଦୀୟ ଗଣତନ୍ତ୍ରର ସଶକ୍ତିକରଣ ଓ ଶୂନ୍ୟକାଳ ପରି ଗୃହର ବ୍ୟବସ୍ଥା ଦ୍ୱାରା କ୍ଷମତା ବୃଦ୍ଧି’ ଓ ଏହି ଶୀର୍ଷକ ଉ ପରେ ବିସ୍ତୃତ ଆଲୋଚନା ହେବା ସହ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ମତବିନିମୟ ହୋଇଥିଲା । ଏଥିରେ ଉପବାଚସ୍ପତି ରଜନୀକାନ୍ତ ସିଂହ ମଧ୍ୟ ଯୋଗଦେଇଥିଲେ। ଗତକାଲି ଡେରାଡୁନ୍‌ଠାରେ ଆୟୋଜିତ ୫୭ତମ ବିଧାନସଭା ସଚିବମାନଙ୍କ ସମ୍ମିଳନୀରେ ବିଧାନସଭାର ସଚିବ ଦାଶରଥୀ ଶତପଥୀ ଯୋଗ ଦେଇଥିଲେ।

Comments are closed.