Odisha Link
Bridging the Missing Links in Odisha

କେଜରିଓ୍ବାଲଙ୍କ ଫ୍ରୀ ଇଣ୍ଟରନେଟ ସେବା ଆରମ୍ଭରୁ ଲସ୍‌ !

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ସରକାର ଦିଲ୍ଲୀରେ ମାଗଣା ୱାଇଫାଇ ସ୍କିମ୍‌ ଆରମ୍ଭ କରିଛନ୍ତି। ଏହାକୁ ଶୁଭରାମ୍ଭ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ହେଲେ ଅରବିନ୍ଦଙ୍କ ଏହି ଫ୍ରୀଓ୍ବାଇଫାଇ ସ୍କିମ୍‌ର ଆରମ୍ଭ ଠିକ୍‌ ଭାବରେ ହୋଇନାହିଁ। ଏପରିକି ଭୁଲ ତିଥିରେ ଫ୍ରୀ ଓ୍ବାଇଫାଇ ଯୋଜନା ଶୁଭାରମ୍ଭ କରିଛନ୍ତି ବୋଲି ସୋଶିଆଲ ମିଡିଆରେ ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ଆଜି ନାଗରିକତା ସଂଶୋଧନ ଆଇନ ବିରୋଧରେ ଆନ୍ଦୋଳନ କାରଣରୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଇଣ୍ଟରନେଟ୍‌ ବନ୍ଦ ରଖାଯାଇଥିଲା। ଅର୍ଥାତ ଏହି ମାଗଣା ଇଣ୍ଟରନେଟ୍‌ ସେବା ଆରମ୍ଭ ହେବା ଦିନ ହିଁ କେଜ୍ରିୱାଲଙ୍କୁ ଇଣ୍ଟରନେଟ୍‌ ଲସ୍‌ ସହିବାକୁ ପଡ଼ିଛି।

ତେବେ କେଜ୍ରିୱାଲ ଏହାକୁ ନେଇ କହିଛନ୍ତି ଏହା ସହିତ ଇଣ୍ଟରନେଟ୍‌ ବନ୍ଦର କୌଣସି ସମ୍ପର୍କ ନାହିଁ। କେଜ୍ରିୱାଲ କହିଛନ୍ତି, ୭୦% ଲୋକ ଭୟଭୀତ ଅଛନ୍ତି କାରଣ ସେମାନଙ୍କ ପାଖରେ ନାଗରିକତା ପ୍ରମାଣ କରିବା ପାଇଁ ଡକ୍ୟୁମେଣ୍ଟ ନଥିଲା। ନାଗରିକତା ଆଇନର କୌଣସି ସଂଶୋଧନର ଆବଶ୍ୟକତା ନଥିଲା। କେନ୍ଦ୍ର ସରକାର ଯୁବବର୍ଗଙ୍କୁ ନିଯୁକ୍ତି ଦେବା କଥା ଚିନ୍ତା କରନ୍ତୁ।

ଏଥସହିତ ଫ୍ରୀ ଓ୍ବାଇଫାଇ ସେବା ଆରମ୍ଭ କରିବା ପରେ ଭିଡିଓ କଲ ଜରିଆରେ ମନ୍ତ୍ରୀ ମନିଷ ଶିଶୋଦିଆ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରଓ୍ବାଲ କଥା ହୋଇଥିଲେ। ଦିଲ୍ଲୀ ସହରରେ ମୋଟ୍‌ ୧୧ହଜାର ଫ୍ରୀ ହଟସ୍ପଟ ଲାଗିଛି।

Comments are closed.