Odisha Link
Bridging the Missing Links in Odisha

ପାକିସ୍ତାନରୁ ଆସିଥିବା ହସିନାଙ୍କୁ ମିଳିଲା ଭାରତୀୟ ନାଗରିକତା

ନୂଆଦିଲ୍ଲୀ: ସାରା ଦେଶରେ ନାଗରିକତା ସଂଶୋଧନ ଆଇନକୁ ନେଇ ଲାଗି ରହିଛି ବିକ୍ଷୋଭ। ନାଗରିକତା ଆଇନ ସମ୍ବିଧାନ ବିରୋଧରେ ହୋଇଥିବା ନେଇ କହୁଛନ୍ତି ବରୋଧୀ। ଯାହାଫଳରେ ଦେଶରେ ବିରୋଧ ଦେଖିାବକୁ ମିଳିଛି। ହେଲେ ଏହି ବିରୋଧ ମଧ୍ୟରେ ପାକିସ୍ତାନରୁ ଆସିଥିବା ଜଣେ ମହିଳାଙ୍କୁ ଭାରତର ନାଗରିକତା ପ୍ରଦାନ କରାଯାଇଛି। ପାକିସ୍ତାନରୁ ଭାରତକୁ ଫେରି ଆସିଥିବା ହସିନା ବେନ ୨ବର୍ଷ ପୂର୍ବେ ଭାରତୀୟ ନାଗରିକତା ପାଇବା ପାଇଁ ଆବେଦନ କରିଥିଲେ। ଯାହାଫଳରେ ତାଙ୍କୁ ଭାରତ ସରକାରଙ୍କ ଦ୍ବାରା ଭାରତୀୟ ନାଗରିକତା ପ୍ରଦାନ କରାଯାଇଛି।

ହସିନା ବେନ ଭାରତର ମୂଳବାସିନ୍ଦା ଥିଲେ। ହେଲେ ୧୯୯୯ ମସିହାରେ ବିବାହ କରିବା ପରେ ପାକିସ୍ତାନ ଚାଲିଯାଇଥିଲେ। ପାକିସ୍ତାନରେ ରହିବା ବେଳେ ତାଙ୍କ ପତିଙ୍କ ମୃତ୍ୟୁ ଘଟିଥିଲା। ଯାହାଫଳରେ ହସିନା ଭାରତ ଫେରି ଆସିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଦୁଇ ବର୍ଷ ପୂର୍ବେ ହସିନା ଭାରତୀୟ ନାଗରିକତ୍ବ ପାଇଁ ଆବେଦନ କରିଥିଲେ। ଗତକାଲି ହସିନାଙ୍କୁ ଭାରତୀୟ ନାଗରିକତ୍ବ ପ୍ରଦାନ କରିଛନ୍ତି ସରକାର।

ଗୁଜୁରାଟର ଦ୍ବାରକା ଜିଲ୍ଲାପାଳ ଡ. ନରେନ୍ଦ୍ର କୁମାରଙ୍କ ଦ୍ବାରା ହସିନାଙ୍କୁ ଭାରତର ନାଗରିକତା ପ୍ରମାଣପତ୍ର ପ୍ରଦାନ କରାଯାଇଛି।

Comments are closed.