Odisha Link
Bridging the Missing Links in Odisha

ଓଏଚ୍‌ପିସି ଜିଏମ୍‌ ନିଖୋଜ, ଥାନାରେ ଅଭିଯୋଗ କଲେ ସ୍ତ୍ରୀ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ମୁଖିଗୁଡା ସ୍ଥିତ ଓଏଚ୍‌ପିସି କାର୍ଯ୍ୟାଳୟର ଇଲେକ୍ଟ୍ରି ବିଭାଗର ଜେନେରାଲ ମ୍ୟାନେଜର ନାରାୟଣ ପ୍ରସାଦ ମେହେରଙ୍କ ମିଳୁନି ପତ୍ତା। ୨ଦିନ ହେବ ଓଏଚ୍‌ପିସି ଜିଏମ୍‌ଙ୍କ ପତ୍ତା ମିଳୁନି। ଏନେଇ ଅଭିଯୋଗ ଆଣିଛନ୍ତି ଜିଏମ୍‌ଙ୍କ ସ୍ତ୍ରୀ। ଓଏଚ୍‌ପିସି ଜିଏମ୍‌ ନାରାୟଣଙ୍କ ନିଖୋଜ ନେଇ ତାଙ୍କ ପତ୍ନୀ ସୁରେଖା ମେହେର ଗତକାଲି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୁଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲେ ବି ଏଯାଏ ତାଙ୍କର କୌଣସି ପତ୍ତା ମିଳିପାରିନାହିଁ।

ନାରାୟଣଙ୍କ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ, ଗତ ମଙ୍ଗଳବାର ଅଫିସ ଯାଉଛି କହି ସେ ସକାଳ ୧୦ଟାରେ ଘରୁ ବାହାରି ଯାଇଥିଲେ। ହେଲେ ୧୨ଟା ପରେ ବାରମ୍ବାର ତାଙ୍କୁ ଫୋନ କରିଥିଲେ ମଧ୍ୟ ସେ ଉଠାଇ ନ ଥିଲେ। ଏହାପରେ ସନ୍ଦେହ ହେବାରୁ ସେ ବିଭିନ୍ନ ଜାଗାରେ ଖୋଜାଖୋଜି ଆରମ୍ଭ କରିଥିଲେ। ହେଲେ କିଛି ପତ୍ତା ପାଇପାରି ନ ଥିଲେ।

ପୁଲିସ୍‌ ଏନେଇ ଖୋଜଖବର ଆରମ୍ଭ କରିଥିଲେ ମଧ୍ୟ ନିଖୋଜ ଜିଏମ୍‌ଙ୍କ ପତ୍ତା ମିଳୁ ନ ଥିବାରୁ ଆଶାଆଶଙ୍କାରେ ରହିଛନ୍ତି ପରିବାର ଲୋକେ।

Comments are closed.