Odisha Link
Bridging the Missing Links in Odisha

ଦନ୍ତା ନେଲା ଜୀବନ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲାରେ ଦିନକୁ ଦିନ ବଢିଚାଲିଛି ଦନ୍ତା ହାତୀଙ୍କ ଉପଦ୍ରବ। କେତେବେଳେ ହାତୀ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ ହେଉଛି। ପୁଣି କେତେବେଳେ ହାତୀ ଆକ୍ରମଣରେ ସାଧାରଣଲୋକ ମୃତ୍ୟୁବରଣ କରୁଛନ୍ତି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ରୋଡ ଗାଁର ଶ୍ରୀକାନ୍ତ ମୁଦୁଲି। ନିଜ ବିଲକୁ ଧାନ କାଟିବା ପାଇଁ ଶ୍ରୀକାନ୍ତ ଯାଇଥିବା ସମୟରେ ଦନ୍ତା ହାତୀ ହାବୁଡରେ ପଡିଯାଇଥିଲେ। ଦନ୍ତା ହାତୀଟି ଶ୍ରୀକାନ୍ତଙ୍କୁ କଚାଡି ମାରିଦେଇଛି।
ଅନ୍ୟପଟେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର କାଠକଟାରେ ହାତୀପଲଙ୍କ ଉପଦ୍ରବ ଦେଖାଯାଇଛି। ହାତୀପଲ ଧାନ ଖଳାରେ ଥିବା ଧାନ ଖାଇବା ସହ ଦଳିଚକଟି ଫସଲ ନଷ୍ଟ କରିଛନ୍ତି। ଏହାସହ ଘର ମଧ୍ୟ ଭାଙ୍ଗିଥିବା ନେଇ ସୂଚନା ମିଳିଛି।

Comments are closed.