ଗ୍ୟାଲେରିରେ ଫ୍ୟାନଙ୍କ ଭିଡକୁ ଦେଖି ଖୁସି ଲାଗୁଛି: ଶ୍ରେୟସ ଅୟର

କଟକ: ବାରବାଟୀ ଦିନିକିଆକୁ ବେଶ ଗୁରୁତ୍ୱଦେଇଛି ଟିମ ଇଣ୍ଡିଆ । ଅନ୍ୟପଟେ ସନ୍ଧ୍ୟାରେ ପଡୁଥିବା କାକର ମ୍ୟାଚକୁ ପ୍ରଭାବିତ କରିବ ।ସେ ନେଇ ଭାରତୀୟ ଦଳ ପ୍ରସ୍ତୁତ ଥିବା ପ୍ରେସମିଟ କରି କହିଛନ୍ତି ଯୁବ ବ୍ୟାଟସ ମ୍ୟାନ ଶ୍ରେୟସ ଅୟର। ଟିମ ଇଣ୍ଡିଆ ବାରବାଟୀରେ ଅଭ୍ୟାସ କରୁଥିବା ଅବସରରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଅୟ ।ଏହା ସହ ବ୍ୟକ୍ତିଗତ ଭାବେ ଯେକୌଣସି ସ୍ଥାନରେ ଦଳର ଆବଶ୍ୟକତା ଅନୁସାରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି।
ଆସନ୍ତାକାଲି ହେବାକୁ ଥିବା ଦିନିକିଆ ମ୍ୟାଚ ପାଇଁ ବାରବାଟୀରେ ଅଭ୍ୟାସ କରିଛି ଭାରତୀୟ ଦଳ । ଅଭ୍ୟାସରୁ ଦୁଇ ଓପନରଙ୍କୁ ଦୂରେଇ ରହିଥିବା ଦେଖିବାକୁ ମିଳିଛି । ରୋହିତ ଓ ରାହୁଲ ଏବଂ ଦ୍ରୁତ ବୋଲର ମହମ୍ମଦ ସାମିରେ ଅଭ୍ୟାସ ବେଳେ ଦେଖିବାକୁ ମିଳିନି । ସେହିଭଳି ୱେଷ୍ଟଇଣ୍ଡିଜ ଟିମ ମଧ୍ୟ ବାରବାଟୀରେ ପହଚିଂ ଅଭ୍ୟାସ ଆରମ୍ଭ କରିଛନ୍ତି । ଖେଳାଳିଙ୍କ ଅଭ୍ୟାସ ପାଇଁ ଷ୍ଟାଡିୟମରେ ସୁରକ୍ଷା କଡାକଡି କରାଯାଇଛି । କୋହଲି ବାହିନୀ ଭୁବନେଶ୍ୱର ମେ ଫେୟାର ହୋଟେଲରୁ ପ୍ରାୟ ସକାଳ ସାଢେ ୯ଟାରେ ବାରବାଟୀ ଅଭିମୁଖେ ବାହାରିଥିଲେ ।