Odisha Link
Bridging the Missing Links in Odisha

ଆଜି ଅଭ୍ୟାସ କାଲି ମୁକାବିଲା

ଭୁବନେଶ୍ବର: ବାରବାଟୀ ଲଢେଇ ପାଇଁ ଆଜି ମୈଦାନକୁ ଓହ୍ଲାଇବେ ଦୁଇ ଦଳର ଖେଳାଳି। ତେବେ ଗୋଟିଏ ଦିନ ଫୁରସତ ପରେ ଆଜି ମ୍ୟାଚ ପାଇଁ ନିଜକୁ ପ୍ରସ୍ତୁତ କରିବେ ଦୁଇ ଦଲର ଖେଳାଳିମାନେ। ଏହି ପରିପ୍ରେକ୍ଷୀରେ ପ୍ରଥମେ ଟିମ୍ ଇଣ୍ଡିଆର ବିରାଟ ବାହିନୀ ଅଭ୍ୟାସ ପାଇଁ ବାରବାଟୀ ଅଭିମୁଖେ ବାହାରିଛି।
ଆସନ୍ତାକାଲି ବାରବାଟୀରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍ ପାଇଁ ଦୁଇ ଦଳ ଆଜି ଷ୍ଟାଡିୟମ ଯାଇ ଅଭ୍ୟାସ୍ କରିବେ। ଓଡ଼ିଶା କ୍ରିକେଟ ଆସୋସିଏନ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସକାଳେ ବାରବାଟୀ ଷ୍ଟାଡିୟମ୍ ଯାଇ ଅଭ୍ୟାସ କରିବ ଭାରତୀୟ ଦଳ। ଯେଉଁଥିପାଇଁ ନିର୍ଧାରିତ ସମୟାନୁସାରେ ଅଭ୍ୟାସ ପାଇଁ ଟିମ୍ ଇଣ୍ଡିଆ ବାହାରିଛି । ଅପରାହ୍ନ ଯାଏଁ ଅଭ୍ୟାସ କରିବା ପରେ ୨ଟାରେ ଭୁବନେଶ୍ୱର ଫେରି ଆସିବ ଦଳ। ଅପରପକ୍ଷେ ୱେଷ୍ଟଇଣ୍ଡିଜ୍ ଦଳ ଦିନ ଗୋଟିଏରେ ଅଭ୍ୟାସ ପାଇଁ ବାରବାଟୀ ଷ୍ଟାଡିୟମ୍ ଯିବ । ୱେଷ୍ଟଇଣ୍ଡିଜ୍ ଦଳ ରାତି ପ୍ରାୟ ୯ଟା ବେଳେ ଫେରିବାର କାର୍ଯ୍ୟକ୍ରମ ରହିଛି।