Odisha Link
Bridging the Missing Links in Odisha

ଝାଡ଼ଖଣ୍ଡ ଜନାଦେଶ : ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି

ରାଞ୍ଚି: ଆଜି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବ। ସକାଳ ୮ଟାରୁ ମତଗଣନା ଜାରି ରହିଛି । ୮୧ ସିଟ୍ ବିଶିଷ୍ଟ ବିଧାନସଭା ପାଇଁ ନଭେମ୍ବର ୩୦ରୁ ଡିସେମ୍ବର ୨୦ ମଧ୍ୟରେ ୫ଟି ପର୍ଯ୍ୟାୟରେ ମତଦାନ ହୋଇଛି । ଝାଡ଼ଖଣ୍ଡରେ ମହାଁମୁହିଁ ହୋଇଛନ୍ତି ବିଜେପି ଓ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା । ଭୋଟ ଗଣତିକୁ ନଜର ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ଜେଏମ୍‌ଏମ୍‌ ୪୩ଟି ଆସନ ପାଇଁ ପ୍ରାର୍ଥ ପତ୍ର ଦାଖଲ କରିଥିବା ବେଳେ କଂଗ୍ରେସ ଓ ଆରଜେଡି ୩୧ ଆସନ ପାଇଁ ଲଢ଼ୁଥିଲେ । ସେହିପରି ବିଜେପି ୭୯ଟି ଆସନ ପାଇଁ ପ୍ରାର୍ଥୀ ଦେଇଥିଲା । ଗତ ଲୋକସଭା ନିର୍ବାଚନରେ ୧୪ଟି ଆସନ ମଧ୍ୟରୁ ବିଜେପି ୧୧ଟି ଦଖଲ କରିଛି । ତେବେ ଫଳାଫଳ ପୂର୍ବରୁ ଏକଜିଟ ପୋଲ ରିପୋର୍ଟ କିନ୍ତୁ ବିଜେପି ବିପକ୍ଷରେ ଯାଉଥିବା ଜଣାପଡ଼ିଛି ।
ଏବିପି-ସି ଭୋଟର ତଥ୍ୟ ସର୍ଭେ ଅନୁସାରେ ଜେଏମ୍ଏମ୍‌ କଂଗ୍ରେସ ଓ ଆରଜେଡି ମେଣ୍ଟକୁ ୩୫ଟି ସିଟ ମିଳିବ । ବିଜେପି ଖାତାକୁ ଯିବ ୩୨ ଓ ଏଜେଏସୟୁ ପାଇବ ୫ଟି ଆସନ । ସେହିପରି ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟ ବିଜେପି ବିପକ୍ଷରେ ଯାଉଛି । ବିରୋଧୀଙ୍କୁ ୩୮ରୁ ୫୦ଟି ଆସନ ଏହି ସର୍ଭେରେ ମିଳିଥିବା ବେଳେ ବିଜେପିକୁ ୨୨ରୁ ୩୨ଟି ସିଟ୍‌ ମିଳିବା ଅନୁମାନ କରାଯାଉଛି ।

Comments are closed.