Odisha Link
Bridging the Missing Links in Odisha

ତଦନ୍ତ ଚାଲିଛି, ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ: ମନ୍ତ୍ରୀ

ଭୁବନେଶ୍ୱର: ପିପିଲି ବଳଙ୍ଗା ଥାନା ଏଏସଆଇଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଘଟଣାରେ ତଦନ୍ତ ଚାଲିଛି । ତଦନ୍ତ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି । ସେ କହିଛନ୍ତି ଯେ, ଏସଡିପିଓଙ୍କ ତତ୍ୱାବଧାନରେ ତଦନ୍ତ ଚାଲିଛି । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଅନ୍ୟପକ୍ଷରେ ଦୁଷ୍କର୍ମ ଅଭିଯୋଗରେ ବଳଙ୍ଗା ଥାନା ଏଏସଆଇଙ୍କୁ ଅଟକ ରଖାଯାଇଛି। ଏଏସଆଇଙ୍କୁ ଅଟକ ରଖି ପିପିଲି ପୁଲିସ ପଚରାଉଚରା ଜାରି ରଖିଛି। ଗତ ଗୁରୁବାର ବଳଙ୍ଗା ଥାନାର ଜଣେ ଏଏସଆଇଙ୍କ ନାଁରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ କରିଥିଲେ। ମହିଳା ଜଣକ ଥାନାକୁ ଯାଇଥିବା ବେଳେ ଏଏସଆଇ ତାଙ୍କୁ ଘରକୁ ଡ଼ାକି ନେଇ ଦୁଷ୍କର୍ମ କରିଥିବା ସମ୍ପୃକ୍ତ ମହିଳା ଅଭିଯୋଗ କରିଥିଲେ। ଏହା ପରେ ପିପିଲି ପୁଲିସ ତାଙ୍କୁ ଅଟକ ରଖି ତଦନ୍ତ କରୁଛି।
ସୂଚନାଯୋଗ୍ୟ ଯେ, ପୋଲିସ ଏଏସଆଇ ମହିଳାଙ୍କୁ ପୋଲିସ କ୍ଵାର୍ଟରକୁ ଡାକି ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ କରାଯାଇଥିଲା। ବଳଙ୍ଗା ଥାନା ଏଏସଆଇ ଚିତ୍ତରଂଜନ ଦାସଙ୍କ ବିରୋଧରେ ଆସିଛି ଏମିତି ସାଂଘାତିକ ଅଭିଯୋଗ। ଅଭିଯୋଗ ପରେ ପୋଲି ଏଏସଆଇ ଚିତ୍ତରଂଜନ ଦାସଙ୍କୁ ଅଟକ ରଖିଛି।

ମିଳିଥିବା ସୂଚନା ଅନୁସାରେ ପାରିବାରିକ ବିବାଦ ସମାଧାନ ଆଶା ଦେଖାଇ ନିଜ କ୍ଵାର୍ଟରକୁ ଡାକି ମହିଳାଙ୍କୁ ବଳଙ୍ଗା ଥାନା ଏଏସଆଇ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ଜଣେ ମହିଳା କିଛି ଦିନ ହେବ ପୀଡିତା ମହିଳାଙ୍କର ପାରିବାରିକ ବିବାଦ ଲାଗି ରହିଥିଲା । ଯାହାକୁ ନେଇ ବଳଙ୍ଗା ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା।

ତେବେ ମାମଲାର ସମାଧାନ କରିଦେବା ପାଇଁ ନିଜ କ୍ବାର୍ଟରକୁ ପୀଡିତା ମହିଳାଙ୍କୁ ଡାକିଥିଲେ ଥାନା ଏଏସଆଇ । ତେବେ ସେଠାରେ ସେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ପୀଡିତା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ପିପିଲି ଏସଡିପିଓଙ୍କ ନିକଟରେ ମହିଳା ଜଣଙ୍କ ଏନେଇ ଅଭିଯୋଗ କରିଛନ୍ତି । ଜାତୀୟ ଦଳିତ ଆଦିବାସୀ ମହାସଂଘ ସଦସ୍ୟଙ୍କ ସହ ଆସି ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ପୂର୍ବରୁ ଗତ ଡିସେମ୍ବର ମାସ ୨ ତାରିଖରେ ଝାଡେଶ୍ବରୀ ମନ୍ଦିର ନିକଟ ପୋଲିସ କ୍ବାର୍ଟରରେ ଜଣେ ନାବାଳିକା ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା ।

Comments are closed.