୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହର ଶୁଭାରମ୍ଭ

ଭୁବନେଶ୍ବର : ୩୧ ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ ହୋଇ ଯାଇଛି। ଭୁବନେଶ୍ବରରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।
ଚଳିତ ବର୍ଷ ଏହି କାର୍ଯ୍ୟକ୍ରମର ସ୍ଲୋଗାନ ରହିଛି ସୁରକ୍ଷିତ ରୁହନ୍ତୁ ସୁଖୀ ରୁହନ୍ତୁ। ଏହି ଅବସରରେ କାର୍ଯ୍ୟକ୍ରମରେ ଭୁବନେଶ୍ବର ଟ୍ରାଫିକ ଡିସିପି ସାଗରିକା ନାଥଙ୍କ ସହିତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।