ପୁଞ୍ଜିଲାଲ କୁ ମିଳୁନି ପାରୋଲ

ବଲାଙ୍ଗିର: ପାର୍ସଲ ବୋମା ବିସ୍ଫୋରଣର ଖଳନାୟକ ପୁଞ୍ଜିଲାଲ ମେହେରର ମା’ଇନ୍ଦୁମତୀ ମେହେରଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ପୁଞ୍ଜିଲାଲକୁ ମିଳିନି ପାରୋଲ। ଫଳରେ ବଲାଙ୍ଗିର ଡ଼ାକ୍ତରଖାନାରେ ୨୪ ଘଣ୍ଟାରୁ ଅଧିକ ସମୟ ଧରି ପଡ଼ିରହିଲାଣି ମା’ଙ୍କ ମୃତଦେହ। ପୁଞ୍ଜିଲାଲ ପାଟଣାଗଡ଼ କୋର୍ଟରେ ପାରୋଲ ପାଇଁ ଆବେଦନ କରିଥିବା ବେଳେ ଅନୁମତି ମିଳିନଥିବାରୁ ସେ ତାଙ୍କ ମା’ଙ୍କ ପାଖରେ ପହଞ୍ଚି ପାରିନାହିଁ।
ଫଳରେ ବଲାଙ୍ଗିର ଡ଼ାକ୍ତଖାନା ଫ୍ରିଜରରେ ମା’ଙ୍କ ମୃତଦେହ ରଖାଯାଇଛି। କ୍ୟାନ୍ସରରେ ଦୀର୍ଘଦିନ ହେଲା ପିଡ଼ିତ ଥିଲେ ପୁଞ୍ଜିଲାଲର ମା’ଇନ୍ଦୁମତୀ। ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣରେ ମଖ୍ୟ ଅଭିଯୁକ୍ତ ଥିଲା ପୁଞ୍ଜିଲାଲ। ୨୦୧୬ରେ ପାର୍ସଲ ବୋମା ପଠାଇ ପୁଞ୍ଜିଲା ଦୁଇ ଜଣଙ୍କ ଜୀବନ ନେଇଥିଲେ। ଏଥିପାଇଁ ସେ ଗିରଫ ହୋଇ ଜେଲରେ ସଜା କାଟୁଛି।