ମନେ ପଡ଼ନ୍ତି ସଂକ୍ରାନ୍ତି ପୁରୁଷ

ଭୁବନେଶ୍ବର: ଆଜି ହେଉଛି ଓଡ଼ିଆ ସାହିତ୍ୟର ସେନାପତିଙ୍କ ଜନ୍ମ ବାର୍ଷିକି । ଓଡ଼ିଆ ଗଳ୍ପ ସାହିତ୍ୟର ଜନକ ବ୍ୟାସକବି ଫକିର ମୋହନ ସେନାପତି ପବିତ୍ର ମକର ସଂକ୍ରାନ୍ତିରେ ଜନ୍ମଗ୍ରହଣ କରିଥିଲେ। ୧୮୪୩ ମସିହାଜାନୁଆରୀ ୧୩ରେବାଲେଶ୍ୱର ଜିଲ୍ଲା ମଲ୍ଲିକାଶପୁର ଠାରେ ଜନ୍ମଗ୍ରହଣ କରିଥିଲେ। ସଂକ୍ରାନ୍ତି ତିଥିରେ ତାଙ୍କର ଜନ୍ମ ଏବଂ ମୃତ୍ୟୁ ଘଟିଥିବାରୁ ଫକିର ମୋହନଙ୍କୁ ସଂକ୍ରାନ୍ତି ପୁରୁଷ କୁହାଯାଏ। ନୀଳଗିରି, ଡ଼ମପଡା, ଢ଼େଙ୍କାନାଳ,ଦଶପଲ୍ଲା ଆଦି ସ୍ଥାନରେ ଦେଓ୍ୱାନ ଭାବେ ଦାୟିତ୍ୱ ତୁଲାଇବା ପରେ କଟକରେ କିଛିବର୍ଷ ଏବଂ ଶେଷ ଜୀବନ ବାଲେଶ୍ୱରରେ ବିତାଇଥିଲେ ଫକିର ମୋହନ।
ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଫକିର ମୋହନ ୧୮୬୮ରେ ବାଲେଶ୍ୱରରେ ‘ଉତ୍କଳ ପ୍ରେସ’ ସ୍ଥାପନ କରିଥିଲେ। ଯାହା ଓଡ଼ିଶାର ଦ୍ୱିତୀୟ ଛାପାଖାନା। ଏହିଠାରୁ ସେ ‘ବୋଧଦାୟିନୀ’, ‘ନବସମ୍ବାଦ’, ଓ ‘ସମ୍ବାଦ ବାହିକା’ ଆଦି ବିଭିନ୍ନ ପତ୍ରପତ୍ରିକା ଓ ସମ୍ବାଦ ପତ୍ରମାନ ସମ୍ପାଦନା ଓ ପ୍ରକାଶନ କରିଥିଲେ।
ତାଙ୍କର ଚାରୋଟି ଉପନ୍ୟାସ-‘ଛ’ ମାଣ ଆଠ ଗୁଣ୍ଠ’, ‘ମାମୁଁ’, ‘ପ୍ରାୟଶ୍ଚିତ’ ଓ ‘ଲଛମା’ ଊନବିଂଶ ଶତାବ୍ଦୀର ଓଡ଼ିଶାର ସାମାଜିକ ଅବସ୍ଥାର ନିଚ୍ଛକ ଦର୍ପଣ। ଛ’ ମାଣ ଆଠ ଗୁଣ୍ଠ ଉପନ୍ୟାସରେ ଜମିଦାରମାନଙ୍କ ଦ୍ୱାରାଗରିବ ଚାଷୀମାନଙ୍କ ଶୋଷଣର କାହାଣୀ ବର୍ଣ୍ଣନା ହୋଇଛି। ଓଡ଼ିଆର ପ୍ରଥମ ଆତ୍ମଜୀବନୀର ‘ଆତ୍ମ ଜୀବନ ଚରିତ’ର ଲେଖକ ମଧ୍ୟ ଫକିର ମୋହନ।ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ତାଙ୍କ ରଚିତ ‘ରେବତୀ’କୁ ମିଳିଛିପ୍ରଥମ ଓଡ଼ିଆ ଗଳ୍ପର ମାନ୍ୟତା।