ହେଡ ସାରଙ୍କ ବେଡ ମାଲିସ

ବାରିପଦା: ଛାତ୍ରଙ୍କ ଦ୍ୱାରା ପ୍ରଧାନ ଶିକ୍ଷକଙ୍କ ମାଲିସ ଘଟଣାର ଏକ ଭିଡିଓ ଭାଇରାଲ ହୋଇଛି। ସାରସକଣା ବ୍ଲକ ଖେରଣା ଈଶ୍ୱର ଚନ୍ଦ୍ର ସରକାରୀ ହାଇସ୍କୁଲର ଏହି ଭିଡିଓ ଭାଇରାଲ ହୋଇଛି। ଉକ୍ତ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜନାର୍ଦ୍ଧନ ମଣ୍ଡଳଙ୍କ ଭିଡିଓ ଭାଇରାଲ ହୋଇଛି। ଉକ୍ତ ଭିଡିଓରେ ଶ୍ରୀ ମଣ୍ଡଳ ଏକ ଖଟିଆରେ ଶୋଇଥିବାବେଳେ ଛାତ୍ରମାନେ ତାଙ୍କୁ ମାଲିସ କରୁଥିବା ଦେଖିବାକୁ ମିଳିଛି। ତେବେ ପାଠ ପଢା ସମୟରେ ପିଲାଙ୍କ ଦ୍ୱାରା ଏଭଳି ମାଲିସ ଘଟଣାକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି। ତେବେ ଏନଇ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ବା ବିଇଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।