କୋଣାର୍କ ସୁରକ୍ଷିତ ଅଛି: ପ୍ରହଲାଦ ସିଂ
ଭୁବନେଶ୍ୱର: କୋଣାର୍କ ସୂର୍ଯ୍ୟମନ୍ଦିର ସୁରକ୍ଷିତ ଅଛି। ଆଗାମୀ ଶତାବ୍ଦୀ ପର୍ଯ୍ୟନ୍ତ ଏହା ସୁରକ୍ଷିତ ରହିବ। ଆଜି କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ ପରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂ କହିଛନ୍ତି।
ଏହାଛଡ଼ା ସେ କହିଛନ୍ତି ଯେ, ପୁରୀ ଓ କୋଣାର୍କକୁ ଆଇକନିକ ସିଟି ତାଲିକାରେ ସାମିଲ କରାଯିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ପର୍ଯ୍ୟଟନ ଶିଳ୍ପର ଉନ୍ନତି କରାଯାଉଛି। ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଆଜି କୋଣାର୍କ ସୂର୍ଯ୍ୟମନ୍ଦିରର ବୁଲିଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂ। ଭୁବନେଶ୍ୱରରୁ ସିଧା କୋଣାର୍କ ଯାଇ ମନ୍ତ୍ରୀ ଶ୍ରୀ ସିଂ ସୂର୍ଯ୍ୟମନ୍ଦିର ଦର୍ଶନ କରିଥିଲେ।
Comments are closed.