Odisha Link
Bridging the Missing Links in Odisha

ଛୁରାମାଡ଼ କରି ଲୁଟି ନେଲେ ଲକ୍ଷାଧିକ ଟଙ୍କା

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ନହାଗୁଣା ଗାଁ ନିକଟରେ ଭାରତ ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କୁ ଛୁରୀରେ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଗୁରୁତର କର୍ମଚାରୀ ନିଶାକର ମଲ୍ଲିକଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି।
ଫାଇନାନ୍ସ କର୍ମଚାରୀ ନିଶାକର ଆଜି ବିଭିନ୍ନ ସ୍ବୟଂସହାୟକ ଗୋଷ୍ଠୀଙ୍କୁ ଦିଆଯାଇଥିବା ଋଣର କିସ୍ତି ଟଙ୍କା କଲେକ୍ସନ କରି ଫେରୁଥିବାବେଳେ ଆକ୍ରମଣର ଶିକାର ହୋଇଥିଲେ। ୨ ଦୁର୍ବୃତ୍ତ ପଲସରରେ ଆସି ଛୁରାମାଡ କରି ଟଙ୍କା ଲୁଟିନେଇଥିବା ସେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।