୪ର୍ଥ ଟି-୨୦ ମ୍ୟାଚ୍: ଟସ୍ ଜିତି ନ୍ୟୁଜିଲାଣ୍ଡର ଫିଲ୍ଡିଂ ନିଷ୍ପତ୍ତି

ୱେଲିଂଟନ : ଆଜି ୱେଲିଂଟନରେ ଭାରତ-ନ୍ୟୁଜିଲାଣ୍ଡ ଚତୁର୍ଥ ଟି-୨୦ ମ୍ୟାଚ୍ ଖେଳ ହେବ। ୪ର୍ଥ ମ୍ୟାଚ୍ ନ୍ୟୁଜିଲାଣ୍ଡ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ବ୍ୟାଟିଂ କରିବା ପାଇଁ ପଡିଆକୁ ଓହ୍ଲାଇବ ଭାରତୀୟ ଦଳ। ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ରେ ୩-୦ରେ ଆଗୁଆ ରହିଛି ଭାରତ। ଏହାସହ ସରିଜ୍ ମଧ୍ୟ ନିଜ ନାଁରେ କରିସାରିଛି ଟିମ୍ ଇଣ୍ଡିଆ।
ଭାରତୀୟ ସମୟ ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ଆରମ୍ଭ ହେବ ମ୍ୟାଚ୍। ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମ ଟି-୨୦ ଶୃଙ୍ଖଳା ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ତେବେ ଆଜରି ମ୍ୟାଚ୍ ଏବଂ ରବିବାର ଖେଳାଯିବାକୁ ଥିବା ଶେଷ ମ୍ୟାଚ୍ ଜିତି ୫-୦ରେ ସିରିଜ୍ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ବିରାଟ ବାହିନୀ। ଏହାସହ ନୂଆ ଏକ ଇତିହାସ ରଚିବ ଟିମ୍ ଇଣ୍ଡିଆ।
Comments are closed.