Odisha Link
Bridging the Missing Links in Odisha

ଫାଶୀରୁ ବର୍ତ୍ତିବା ପାଇଁ ପବନର ନୂଆ ପ୍ରୟାସ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀଙ୍କୁ ଆସନ୍ତାକାଲି ଫାଶୀ ଦିଆଯିବାକୁ ଥିବା ବେଳେ ଫାଶୀରୁ ବର୍ତ୍ତିବା ପାଇଁ ପୁଣି ଏକ ନୂଆ ପ୍ରୟାସ ଆପଣାଇଛନ୍ତି ଦୋଷୀ। ୪ ଦୋଷୀଙ୍କ ମଧ୍ୟରୁ ପବନ ଗୁପ୍ତା ଫାଶୀରୁ ବର୍ତ୍ତିବା ପାଇଁ ପୁଣି ଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନିର୍ଭୟା ଗଣଦୁଷ୍କର୍ମ ବେଳେ ପବନ ନାବାଳକ ଥିବା ନେଇ ସୁପ୍ରିମକୋର୍ଟରେ ପୁଣି ନିବେଦନ କରିଛନ୍ତି।

ପୂର୍ବରୁ ମଧ୍ୟ ସେ ନିଜକୁ ନାବାଳକ ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ହେଲେ କୋର୍ଟ କଡ଼ା ଭାଷାରେ ଏହାକୁ ସମାଲୋଚନା କରି ଖାରଜ କରିଥିଲେ। ଏବେ ପୁଣିଥରେ ପବନ ଏହି ରାୟ ବିରୋଧରେ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି। ଏହା ଖାରଜ ହେବ ଜାଣି ମଧ୍ୟ ସେ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି। ଫାଶୀ ପ୍ରକ୍ରିୟାକୁ ବିଳମ୍ବିତ କରିବା ପାଇଁ ଏହା ଏକ ଚକ୍ରାନ୍ତ ବୋଲି ବିରିଷ୍ଠ ଓକିଲମାନେ ମତ ଦେଇଛନ୍ତି। ସୂଚନା ଯୋଗ୍ୟ, ସୁପ୍ରିମକୋର୍ଟ ପବନର ନାବାଳକ ଆବେଦନକୁ ଖାରଜ କରି ସେ ସମୟରେ କହିଥିଲେ ଯେ ହାଇକୋର୍ଟ ଥରେ ଜନ୍ମଗତ ପ୍ରମାଣପତ୍ର ଯାଞ୍ଚ କରି ଦେଇଥିବା ରାୟକୁ କେବେ ହେଲେ ପୁନଃ ସମୀକ୍ଷା କରାଯାଇ ପାରିବ ନାହିଁ।

Comments are closed.