Odisha Link
Bridging the Missing Links in Odisha

କରୋନା ପାଇଁ ଗ୍ଲୋବାଲ ଇମର୍ଜେନ୍ସି,

ଉହାନ: ଦିନକୁ ଦିନ ଭୟଙ୍କର ରୂପ ନେଇ ନିଜର କାୟା ବିସ୍ତାର କରୁଛି କରୋନା ଭାଇସ। ସାରା ବିଶ୍ୱରେ ଏହାକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି ଏହି ଭାଇରସ୍। ଆଜି କରୋନା ଭାଇସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଗ୍ଲୋବାଲ ଇମର୍ଜେନ୍ସି ଘୋଷଣା କରାଯାଇଛି। ଚାଇନାରେ ବର୍ତ୍ତମାନ ସୁଦ୍ଧା ଏହି ଭାଇରସ ଜନିତ ମୃତ୍ୟୁସଂଖ୍ୟା ୨୧୩ରେ ଛଇଁବା ବେଳେ ୧୦ ହଜାରରୁ ଉର୍ଦ୍ଧ ଏଥିରେ ଆକ୍ରାନ୍ତ ଅଛନ୍ତି। ଚାଇନା ସମେତ ବିଶ୍ୱର ୧୫ଟି ରାଷ୍ଟ୍ର ଏହି ଭୟଙ୍କର ଭୂତାଣୁ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରିଛି।

ଗ୍ଲୋବାଲ ଇମର୍ଜେନ୍ସିର ଅର୍ଥ ଚାଇନା ସହ ବାଣିଜ୍ୟିକ ସମ୍ପର୍କକୁ ବନ୍ଦ ରଖିବା। ଏଥିସହ ଲୋକଙ୍କୁ ଅନ୍ୟ ଦେଶରୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲଗାଇବା। କୌଣସି ରୋଗ ଅନ୍ତର୍ଜାତୀୟ ସ୍ତରରେ ବ୍ୟାପିବାର ଆଶଙ୍କା ସୃଷ୍ଟି ହେଲେ ଯାଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗ୍ଲୋବାଲ ଇମର୍ଜେନ୍ସି ଘୋଷଣା କରିଥାଏ। କରୋନା ଭାଇରସ କ୍ଷେତ୍ରରେ ଏହି ସ୍ଥିତି ଉପୁଜିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡରୋସ ଅଧନମ ଘେବ୍ରେୟସୁ କହିଛନ୍ତି, “ଆମେ ଚାଇନାରେ କରୋନା ଭାଇରସ ବ୍ୟାପୁଥିବାରୁ କେବଳ ଯେ ଗ୍ଲୋବାଲ ହେଲଥ ଇମର୍ଜେନ୍ସି ଘୋଷଣା କରୁଛୁ, ତା’ ନୁହେଁ ବରଂ ଏବେ ଏହି ଭାଇରସ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକୁ ବ୍ୟାପୁଥିବାରୁ ସମସ୍ତେ ଚିନ୍ତା ପ୍ରକଟ କରିଛନ୍ତି। ଚାଇନା ପରେ ଯେଉଁ ଦେଶଗୁଡ଼ିକରେ ସ୍ୱାସ୍ଥ୍ୟସେବା ଭଲ ନାହିଁ, ସେଠାରେ ମଧ୍ୟ ଏହି ଭାଇରସ ବ୍ୟାପିବାର ଆଶଙ୍କା ରହିଛି।କରୋନା ଭାଇରସ୍‌ର ମୁକାବିଲା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଣ୍ଠି ଯୋଗାଇ ଦେବ। ଏଥିପାଇଁ ସଂଗଠନ ପାଖରେ ୧.୮ ମିଲିୟନ ଡଲାର ଫଣ୍ଡ ରହିଛି।

Comments are closed.