Odisha Link
Bridging the Missing Links in Odisha

ବଦଳିଲା ବିଜେପିର ଷ୍ଟାର ପ୍ରଚାରକ ତାଲିକା; ଓଡ଼ିଶାରେ ପ୍ରଚାର କରିବେ ହେମାମାଳିନୀ!

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତିକି ପାଖଉଛି ସେତେ ସରଗରମ ହେଉଛି ଓଡ଼ିଶା ରାଜନୀତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟରେ ୩ ପ୍ରମୁଖ ଦଳ ନିଜର ଜୋରଦାର ପ୍ରଚାର ଜାରି ରଖିଥିବାବେଳେ ଷ୍ଟାର ପ୍ରଚାରକ ମାନେ ନିର୍ବାଚନୀ ପ୍ରଚାରରେ ଲାଗିପଡିଛନ୍ତି। ଏସବୁ ଭିତରେ ବିଜେପି ପକ୍ଷରୁ ପୂର୍ବରୁ ପ୍ରକାଶ ପାଇଥିବା ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ପରିବର୍ତ୍ତନ କରାଯାଇଛି।

ବର୍ତ୍ତମାନ ଜାରି ହୋଇଥିବା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ନରେନ୍ଦ୍ର ମୋଦି, ଜେ.ପି ନଡ୍ଡା, ରାଜନାଥ ସିଂହ, ଅମିତ ଶାହ, ନୀତିନ୍‌ ଗଡ଼କରୀ, ଯୋଗୀ ଆଦିତ୍ୟନାଥ, ମୋହନ ଯାଦବ, ସ୍ମିିତି ଇରାନୀ, ଭୂପେନ୍ଦ୍ର ଯାଦବ, ଅଶ୍ବିନୀ ବୈଷ୍ଣବ, ଅର୍ଜୁନ ମୁଣ୍ଡା, ହିମନ୍ତ ବିଶ୍ବଶର୍ମା, ମନମୋହନ ସାମଲ, ବୈଜୟନ୍ତ ପଣ୍ଡା, ସୁନୀଲ ବଂଶଲ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ଥାନ ମିଳିଛି।

ସେହିଭଳି ବିଜୟପାଲ ସିଂ ତୋମାର, ଲତା ଉଷେଣ୍ଡି, ବିଶେଶ୍ବର ଟୁଡୁ, ସାନ୍ତନୁ ଠାକୁର, ତେଜସ୍ୱି ସୂର୍ୟ, ଜୟନାରାୟଣ ମିଶ୍ର, ଜୁଏଲ ଓରାମ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ହେମାଳିନୀ, ବସନ୍ତ ପଣ୍ଡା, ସୁରେଶ ପୂଜାରୀ, କନକବର୍ଦ୍ଧନ ସିଂହଦେଓ, ବିମ୍ବାଧର କୁଆଁର, ସମୀର ମହାନ୍ତି, ମାନସ ମହାନ୍ତି, ଗୋଲକ ମହାପାତ୍ର, ବିରଂଚି ନାରାୟଣ ତ୍ରିପାଠୀ, ଶାରଦା ପ୍ରସାଦ ଶତପଥୀ, ସିମାଚଳ ଖଟାଇ, ଡ଼. ଯତୀନ ମହାନ୍ତି, ଅନୁଭବ ମହାନ୍ତି, ହରିହର ମହାପାତ୍ର, ପିଙ୍କି ପ୍ରଧାନ ଓ ଶ୍ରୀତମ ଦାସଙ୍କୁ ସ୍ଥାନ ମିଳିଛି।

Leave A Reply

Your email address will not be published.