Odisha Link
Bridging the Missing Links in Odisha

କେଜରିୱାଲଙ୍କ ଜାମିନ ମାମଲାର ଶୁଣାଣି ଶେଷ; ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗିରଫ ହୋଇ ଜେଲରେ ଦିନ କାଟୁଛନ୍ତି। ଇଡି ରିମାଣ୍ଡ ସରିବା ପରେ ଜେଲରେ ଦିନ କାଟୁଛନ୍ତି କେଜରିୱାଲ। ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜରିୱାଲ ନ୍ୟାୟିକ ହେପାଜତରେ ରହିଛନ୍ତି। ତେବେ ମାମଲାରେ ଅରବିନ୍ଦ କେଜରିୱାଲଙ୍କୁ ଏଯାବତ ଜାମିନ ମିଳିପାରିନାହିଁ। ଆସନ୍ତା ସପ୍ତାହରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।

ସୂଚନା ଅନୁସାରେ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଦିନ କାଟୁଛନ୍ତି କେଜରିୱାଲ। ଏହା ପରେ ଦିଲ୍ଲୀ ହାଇକୋର୍ଟରୁ ବଡ଼ ନିର୍ଦ୍ଦେଶ ଆସିଥିଲା। ଦିଲ୍ଲୀ ହାଇକୋର୍ଟରୁ ଜାରି ହୋଇଥିବା ଟିପ୍ପଣୀ ଅନୁସାରେ, କେଜ୍ରିୱାଲ ଗିରଫଦାରି ଯଥାର୍ଥ ବୋଲି କୁହାଯାଇଥିଲା। ଗିରଫଦାରିକୁ ଚ୍ୟାଲେଞ୍ଜ କରି ସେ କରିଥିବା ଆବେଦନକୁ ଅଦାଲତ ଖାରଜ କରି ଦେଇଥିଲେ।

ଅଦାଲତ ଇଡିର ଗିରଫଦାରୀକୁ ବୈଧ ବୋଲି କହିଛନ୍ତି ଏବଂ କହିଛନ୍ତି ଯେ ଇଡି କେଜ୍ରିୱାଲଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରଖିଛି। ଆମ୍ ଆଦମୀ ପାର୍ଟି (ଆପ୍)ର ରାଷ୍ଟ୍ରୀୟ ସଂଯୋଜକଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ୍ ସ୍ୱର୍ଣ୍ଣା କାନ୍ତ ଶର୍ମା ଏହି ରାୟ ଶୁଣାଇଛନ୍ତି। ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ କେଜ୍ରିୱାଲ୍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Leave A Reply

Your email address will not be published.