Odisha Link
Bridging the Missing Links in Odisha

ନିର୍ବାଚନ ପର୍ବରେ ପ୍ରେରଣାର ଉତ୍ସ; ଭୋଟରଙ୍କ ପାଇଁ ଉଦାହରଣ ସାଜିଲେ ଅଙ୍କିତ ସୋନି

ଓଏଲ୍‌ ବ୍ୟୁରୋ: ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଜାରି ରହିଛି। ମତଦାନ କରୁଛନ୍ତି ଦେଶବାସୀ। ଏହାରି ମଧ୍ୟରେ ଗୁଜରାଟରୁ ଏକ ପ୍ରରଣାଦାୟି ଖବର ସାମ୍ନାକୁ ଆସିଛି। ଏକ ମତଦାନ କେନ୍ଦ୍ରରେ ଭୋଟର ପାଇଁ ପ୍ରେରଣା ପାଇଁ ପାଲଟିଛନ୍ତି ଅଙ୍କିତ ସୋନି। ହାତ ନଥାଇ ମଧ୍ୟ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି।

ଅଙ୍କିତ ସୋନି ୨୦ ବର୍ଷ ପୂର୍ବେ ବିଦ୍ୟୁତ ଆଘାତ ଯୋଗୁଁ ଦୁଇ ହାତ ହରାଇଥିଲେ। ତା ସତ୍ତ୍ୱେ ସେ ନିଜକୁ ପାରଦର୍ଶିତା କରିପାରିଛନ୍ତି। ସେ କହିଛନ୍ତି, “ମୋର ଶିକ୍ଷକ ଏବଂ ଗୁରୁଙ୍କ ଆଶୀର୍ବାଦରେ ମୁଁ ସ୍ନାତକୋତ୍ତର କରିଛି। ଏହା ପରେ ସେ ଆଜି ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ହାତ ନଥିବା ସତ୍ତ୍ୱେ ସେ ନିଜର ପାଦ ଦେଇ ଭୋଟ ଦେଇଛନ୍ତି। ଏହା ସହ ସେ ଲୋକଙ୍କୁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି।

ସୂଚନା ଅନୁସାରେ, ଆଜି ତୃତୀୟ ପର୍ଯ୍ୟାୟ ମତଦାନ ୧୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ହେଉଛି। ୧୦ଟି ରାଜ୍ୟ ତଥା ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ୍ ଚାଲିଥିବା ବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ବ୍ୟତୀତ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ, କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିୟା, ଏନସିପି (ଶରଧାଚନ୍ଦ୍ର ପାୱାର), ସୁପ୍ରିୟା ସୁଲେ ଏବଂ ସମାଜବାଦୀ ପାର୍ଟି ନେତା ଡିମ୍ପଲ ଯାଦବଙ୍କ ସମେତ ଅନେକ ବଡ଼ ବ୍ୟକ୍ତିଙ୍କ ନାମ ରହିଛି।

Leave A Reply

Your email address will not be published.