Odisha Link
Bridging the Missing Links in Odisha

ହେଭିଓ୍ବେଟ୍‌ଙ୍କ ପ୍ରଚାର; ଗୋଟିଏ ସପ୍ତାହରେ ଓଡ଼ିଶା ଆସିବେ ବିଜେପିର ୫ ବରିଷ୍ଠ ନେତା

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତିକି ପାଖଉଛି ସେତେ ସରଗରମ ହେଉଛି ଓଡ଼ିଶା ରାଜନୀତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ଏହାରି ମଧ୍ୟରେ କେନ୍ଦ୍ରୀୟ ନେତାଙ୍କ ଘନ ଘନ ଓଡ଼ିଶା ଗସ୍ତ ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହଙ୍କ ପରେ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ବିଜେପିର ୨ ବରିଷ୍ଠ ନେତା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭବାନୀପାଟଣା, ରାୟଗଡ଼ାରେ ଥିବା ଜନସଭାର ଯୋଗେଦେବେ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ନବରଙ୍ଗପୁର ଆସି ଜନସଭାର ଯୋଗେଦେବାର କାର୍ଯ୍ୟକ୍ରମ ରହିଛି।

ସେହିପରି ଆସନ୍ତା ୯ ତାରିଖରେ ଓଡ଼ିଶା ଆସିବେ ବିଜେପିର ୨ ବରିଷ୍ଠ ନେତା। ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ପୁରୀ ଜିଲ୍ଲାରେ ଥିବା ଜନସଭାରେ ଯୋଗେଦେବେ। ପୁରୀ ଓ କୃଷ୍ଣପ୍ରସାଦରେ ସମାବେଶରେ ଯୋଗଦେବେ ଗଡ଼କରୀ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓଡ଼ିଶା ଗସ୍ତରେ ଆସି ମାଲକାନଗିରି, ଚିତ୍ରକୋଣ୍ଡା, ଖଲ୍ଲିକୋଟରେ ସଭା କରିବେ। ପ୍ରଧାନମତ୍ତରି ନରେନ୍ଦ୍ର ମୋଦି ପୁଣି ଥରେ ଓଡ଼ିଶା ଆସିବାର ମଧ୍ୟ ସୂଚନା ରହିଛି।

Leave A Reply

Your email address will not be published.