Odisha Link
Bridging the Missing Links in Odisha

ଓଡ଼ିଶାର ସାମ୍ବାଦିକମାନଙ୍କ ପାଇଁ ପେନସନର ବ୍ୟବସ୍ଥା କରିବୁ: ଧର୍ମେନ୍ଦ୍ର ପ୍ରଧାନ

ଓଏଲ୍‌ ବ୍ୟୁରୋ: ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାମ୍ବାଦିକ ସମ୍ମିଳନୀ। ଓଡ଼ିଶା ପାଇଁ ମୋଦିଙ୍କ ଗ୍ୟାରେଣ୍ଟି-୨୦୨୪ ଏବଂ ଓଡ଼ିଆଙ୍କ ପାଇଁ ବିଜେପି ପକ୍ଷରୁ ଉନ୍ମୋଚିତ ହୋଇଥିବା ସଂକଳ୍ପ ପତ୍ର ଉପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶାରେ ବିଜେପି ସରକାର ହେଲେ ସବୁ ଘୋଷଣାକୁ ପାଳନ କରାଯିବା ସହିତ ଦୁର୍ନୀତିକୁ ରୋକିବା ପାଇଁ ଜିରୋ ଟଲେରାନ୍ସ ନୀତି ଅବଲମ୍ବନ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସେ ଆହୁରି କହିଛନ୍ତି, ସମ୍ବଲପୁର ସମେତ ରାଜ୍ୟରେ ଉଚ୍ଚମାନର ଶିକ୍ଷା ପାଇଁ ସହରାଞ୍ଚଳ ସହ ପ୍ରତି ବ୍ଲକରେ ୨ଟି ଭାବରେ ୮୦୦ ପିଏମଶ୍ରୀ ସ୍କୁଲ ପ୍ରତିଷ୍ଠା ହେବ। କେନ୍ଦୁପତ୍ର ତୋଳାଳି ମାନଙ୍କୁ ୩୫ ପ୍ରତିଶତ, କେନ୍ଦୁପତ୍ର ବାନ୍ଧୁଥିବା ଲୋକଙ୍କୁ ୧୦ ପ୍ରତିଶତ ବୋନସ ଦିଆଯିବ । ସମ୍ବଲପୁର ବସ୍ତ୍ରର ଗୁଣବତ୍ତା ବଢାଇବା ପାଇଁ ପଦକ୍ଷେପ ନିଆଯିବା ସହ ବୁଣାକାରଙ୍କୁ ପ୍ରୋତ୍ସାହିତ କରାଯିବ। କୃଷି ପ୍ରାଧାନ୍ୟ ସମ୍ବଲପୁର ସହରରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସହ ଖାଦ୍ୟ ପ୍ରକ୍ରିୟାକରଣର ଏକ ହବ୍ କରାଯିବ।ଶିକ୍ଷା ଆଧାରିତ ଅର୍ଥନୀତିର ପେଣ୍ଠସ୍ଥଳୀ ସହ ସବୁ ପ୍ରକାର ଯୁବ ପ୍ରତିଭାକୁ ପ୍ରାଥମିକତା ଦେଇ ସେମାନଙ୍କୁ ଆଗକୁ ବଢିବା ପାଇଁ ଦକ୍ଷ କରାଯିବ।

ଆଜି ଓଡ଼ିଶାରେ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭଙ୍କୁ ସରକାରୀ ଦପ୍ତରକୁ ଯିବା ପାଇଁ ବାରଣ କରାଯାଇଛି। ରାଜ୍ୟରେ ସାମ୍ବାଦିକଙ୍କ ପାଇଁ ଅଧିସ୍ୱୀକୃତି କମିଟି ବସୁନାହିଁ।ବିଜେପି ସରକାର ହେଲେ ପରିବର୍ତ୍ତିତ ଦୃଶ୍ୟପଟ୍ଟରେ ଓଡ଼ିଶାରେ ସବଡିଭିଜନରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ସାମ୍ବାଦିକଙ୍କ ପାଇଁ ନୂଆ ନୂଆ ଅଧିସ୍ୱୀକୃତିର ପୁନଃ ରଚନା କରାଯିବ। ନିର୍ବିବାଦରେ ସରକାରୀ କାମକୁ ସମୀକ୍ଷା କରିବା ପାଇଁ ସୁଯୋଗ ଦିଆଯିବା ସହ ଅନ୍ୟ ରାଜ୍ୟ ଭଳି ପେନସନର ବ୍ୟବସ୍ଥା କରାଯିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେହିପରି ଓଡ଼ିଶାରେ ବିଜେପି ସରକାର ଆସିଲେ, ଓଡ଼ିଶାର ସାମ୍ବାଦିକମାନଙ୍କ ପାଇଁ ପେନସନର ବ୍ୟବସ୍ଥା କରିବୁ। ଏହାଛଡ଼ା ସମ୍ବଲପୁର ଟେକ୍ସଟାଇଲ ହବ୍ ହେବ। ଖାଲି ସେତିକି ନୁହେଁ, ଏଠାରେ କୃଷିଭିତ୍ତିକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯିବ ବୋଲି ଧର୍ମେନ୍ଦ୍ର ପ୍ରଧାନ।

Leave A Reply

Your email address will not be published.