Odisha Link
Bridging the Missing Links in Odisha

ଅଜଣା ଗାଡ଼ି ଧକ୍କାରେ ଯୁବକ-ଯୁବତୀ ମୃତ, ଜଣେ ଗୁରୁତର

ସୋର: ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟ ଜଣେ ଯୁବକ ଥିବାବେଳେ ଅନ୍ୟଜଣେ ଯୁବତୀ ଅଛନ୍ତି। ଜଣେ ଯୁବତୀ ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଜାତୀୟ ରାଜପଥ ଛଅପୋଲିଆଠାରେ ଏହି ଦୁର୍ଘଟଣା ଘଟିଛି। ଭଦ୍ରକ ଅସୁରାଳି ଅଞ୍ଚଳର ଜଣେ ଯୁବକ ଏବଂ ଦୁଇ ଜଣ ଯୁବତୀ ବାଲେଶ୍ଵର ଦିଆଡକୁ ଯାଉଥିବାବେଳେ ଛଅପୋଲିଆ ଠାରେ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଜଣେ ଯୁବକ ଏବଂ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଯୁବତୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମୃତାହତଙ୍କ ସଂପୂର୍ଣ୍ଣ ପରିଚୟ ମଳିପାରିନାହିଁ। ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

Comments are closed.