Odisha Link
Bridging the Missing Links in Odisha

ପବ୍ଲିକ ସାମ୍ନାରେ ଏହି ଅଭିନେତାଙ୍କୁ ଲିପ୍‌ କିସ୍‌ କଲେ ରଣବୀର ସିଂହ

ମୁମ୍ବାଇ : ବଲିଉଡର ଅଭିନେତା ରଣବୀର ସିଂହ ସର୍ବଦା ନିଜର ଭିନ୍ନ ଭିନ୍ନ ଅନ୍ଦାଜକୁ ନେଇ ପ୍ରଶଂସାରେ ରହିଥାନ୍ତି । ରଣବୀରଙ୍କର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ଦେଖିବାକୁ ମିଳିଛି ସେ ତାଙ୍କର କୋ ଷ୍ଟାରଙ୍କୁ କୋ-ଷ୍ଟାରଙ୍କୁ ଲିପ୍‌ ଲକ୍‌ କରୁଛନ୍ତି ।

ଭିଡ଼ିଓଟି ରଣବୀର ନିଜ ସୋସିଆଲ ମିଡିଆ ଆକାଣ୍ଟରେ ଲାଇଭ୍‌ କରିଥିଲେ । ତେବେ ରଣବୀରଙ୍କର ପ୍ରଶଂସକ ଏହି ଭିଡ଼ିଓଟିକୁ ଖୁବ୍‌ ପସନ୍ଦ କରୁଛନ୍ତି । ତାଙ୍କର ଆଗାମୀ ସିନେମା ୮୩ର ପୂରା ଷ୍ଟାର କାଷ୍ଟଙ୍କୁ ଏହି ଭିଡ଼ିଓରେ ଦେଖିବାକୁ ମିଳିଛି । କଥା କଥାରେ ମସ୍ତି ମଜାକରେ ରଣବୀର ନିଜ କୋ-ଷ୍ଟାର ଜତିନଙ୍କ ସହିତ ଲିପ ଲକ୍‌ କରିବାକୁ ଲାଗିଲେ ଏବଂ ପୂରା ଟିମ୍‌ ହୋହାଲ୍ଲା ହେଉଥିବା ଦେଖିବାକୁ ମିଳିଛି । ତାପରେ ରଣବୀର ନିଜର ଫୋନକୁ ହାତରେ ଧରି କହୁଛନ୍ତି, ‘ତୁମ ଭାବି ଲାଇଭରେ ଅଛି ସବୁ ଦେଖୁଛି କି କଣ ହେଉଛି ।’

https://www.instagram.com/p/B78X5BsJNxi/

ରଣବୀରଙ୍କ ସିନେମା ୮୩ର କାହାଣୀ ଭାରତୀୟ କ୍ରିକେଟ ଟିମ ଦ୍ୱାରା ବିଜୟ ହାସଲ କରିଥିବା ପ୍ରଥମ ବିଶ୍ୱ କପ ଉପରେ ଆଧାରିତ । ଏହାକୁ କବୀର ଖାନଙ୍କ ନିର୍ଦ୍ଦେଶନା ଦେଉଛନ୍ତି । ରଣବୀର ସିଂହ, କପିଲ ଦେବଙ୍କର ଭୂମିକାରେ ନଜର ଆସିବା ସହ ଦୀପିକା କପିଲ ଦେବଙ୍କ ସ୍ତ୍ରୀ ଭୂମିକାରେ ଲଜର ଆସିବେ । ସିନେମାଟି ୧୦ ଏପ୍ରିଲ, ୨୦୨୦ରେ ସିନେମା ପରଦାକୁ ଆସିବ।

Comments are closed.