Odisha Link
Bridging the Missing Links in Odisha

ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ

ନୂଆଦିଲ୍ଲୀ: ସମାନ କାମକୁ ସମାନ ଦରମା ଦାବିରେ ବ୍ୟାଙ୍କ କର୍ମଚାରୀଙ୍କ ଦେଶବ୍ୟାପୀ ଧର୍ମଘଟ ପାଳନ କରାଯାଉଛି। ଆଜି ଏବଂ ଆସନ୍ତାକାଲି ବନ୍ଦ ରହିବ ବ୍ୟାଙ୍କ। ଧର୍ମଘଟ ଯୋଗୁଁ ବ୍ୟାଙ୍କ ବନ୍ଦ ରହିବା କାରଣରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବ୍ୟାଙ୍କରେ କୌଣସି କାରବାର ସମ୍ଭବ ହେଉନାହିଁ । ୧୨ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲଇ ଆସୋସିଏସନ।
ବେତନରେ ୨୦% ବୃଦ୍ଧି, ପାଞ୍ଚ ଦିନିଆ କାର୍ଯ୍ୟଦିବସ, ମୂଳ ଦରମା ସହ ସ୍ବତନ୍ତ୍ର ଭତ୍ତାକୁ ମିଶାଇବା, ସ୍ବତନ୍ତ୍ର ପେନ୍ସନ୍ ସ୍କିମ୍ ଓ ପରିବାର ପେନ୍ସନ୍ ସ୍କିମ୍ ଆଣିବା ଦାବିରେ ଏହି ଧର୍ମଘଟ ହେଉଛି । ଗୁରୁବାର ସରସ୍ୱତୀପୂଜା ପାଇଁ ବ୍ୟାଙ୍କ ଛୁଟି ଥିଲା । ଶୁକ୍ରବାର ଓ ଶନିବାର ଦୁଇ ଦିନ ଧର୍ମଘଟ। ରବିବାର ବି ବ୍ୟାଙ୍କ ଛୁଟି। ଏହି କ୍ରମରେ କ୍ରମାଗତ ୪ ଦିନ ଧରି ବ୍ୟାଙ୍କ ବନ୍ଦ ରହୁଥିବାରୁ ଗ୍ରାହକ ବେଶ୍ ସମସ୍ୟାର ଶିକାର ହେବେ ନିଶ୍ଚୟ ।

Comments are closed.