Odisha Link
Bridging the Missing Links in Odisha

ମୁହାଁମୁହିଁ ହେଲେ ଦୁଇ ଆଦିବାସୀ ଗୋଷ୍ଠୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଆଦିବାସୀମାନେ ଦୁଇ ଭାଗରେ ବିଭକ୍ତ ହେବା ଘଟଣା ପ୍ରଚାରିତ ହୋଇଛି। ଗୁରୁବାର ଗୋଟିଏ ପଞ୍ଚାୟତର ୨ଟି ସ୍ଥାନରେ ଆଦିବାସୀଙ୍କ ୨ ଗୋଷ୍ଠୀ ବଡ଼ ବଡ଼ ମେଳି କରି ପରସ୍ପର ବିରୋଧରେ ଗର୍ଜିଛନ୍ତି। ନକ୍ସଲଙ୍କ ପାଇଁ ଆଦିବାସୀଙ୍କ ମଧ୍ୟରେ ଏକତା ଭାଙ୍ଗୁଥିବା ଆଲୋଚନା ହେଉଛି।
ସୂଚନାଯୋଗ୍ୟ ଯେ, ଖଜୁରୀଗୁଡ଼ାରେ ପଣସପୁଟ, ଅଣ୍ଡାପାଲି, ଯନ୍ତ୍ରୀ ଓ ଯୋଡ଼ାଆମ୍ବ ପଞ୍ଚାୟତର କିଛି ଗାଁରୁ ୨ ହଜାର ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜେଇ ହୋଇ ମେଳି କରିଥିଲେ। ସେହିପରି ୫୦୦ ମିଟର ଦୂର ଦରଲାପଡ଼ାରେ ଯୋଡ଼ାଆମ୍ବ ପଞ୍ଚାୟତର କୁନ୍ତୁରପଦର, ଯୋଡ଼ାଆମ୍ବ, ଟିକରପଡ଼ା, ଜନ୍ତୁରାଇ ସମେତ ୬ଟି ଗାଁର ହଜାରେରୁ ଊର୍ଦ୍ଧ୍ୱ ଆଦିବାସୀ ଆଉ ଗୋଟିଏ ମେଳି କରିଥିଲେ ।
ଖଜୁରୀଗୁଡ଼ାରେ ମେଳି କରିଥିବା ଆଦିବାସୀଙ୍କ ଅଭିଯୋଗ ଯେ, ଅପର ଗୋଷ୍ଠି ଆଦିବାସୀ ନୂଆ ରାସ୍ତାରେ ସେମାନଙ୍କୁ ଯିବାକୁ ଦେଉ ନାହାନ୍ତି। ଉକ୍ତ ରାସ୍ତା ଦେଇ ଯାତାୟତ କଲେ ସେମାନଙ୍କୁ ମାଡ଼ ମାରୁଛନ୍ତି। ଏହି କାରଣରୁ ସେମାନେ ଯୋଡ଼ାଆମ୍ବରେ ଥିବା ହସ୍ପିଟାଲକୁ ମଧ୍ୟ ଯାଇ ପାରୁନାହାନ୍ତି । ସେମାନଙ୍କ ଗାଁକୁ ଯାଇଥିବା ବିଦ୍ୟୁତ୍‌ ସଂଯୋଗ ମଧ୍ୟ କାଟି ଦେଇଥିବା ଅଭିଯୋଗ କରିଛନ୍ତି ଏହି ଆଦିବାସୀମାନେ।

Comments are closed.