Odisha Link
Bridging the Missing Links in Odisha

‘ନବୀନ ବାବୁ ଅନେକ ମହାବାତ୍ୟା ଦେଖିଛନ୍ତି, ବିରୋଧୀଙ୍କ ହାୱା କୌଣସି ପ୍ରଭାବ ପକାଇବନି’

ଓଏଲ୍‌ ବ୍ୟୁରୋ: ନିର୍ବାଚନକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ନେତୃବୃନ୍ଦ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ, ନିଜେପି ନେତା ଅମିତ ଶାହ, ବାଚସ୍ପତି ଓମ ବିର୍ଲା ଓଡିଶା ଗାସତେ ଆସି ଦଳୀୟ ପ୍ରଚାର କରିଛନ୍ତି। ନିଜ ଦଳ ପାଇଁ ଦଳୀୟ ପ୍ରଚାର କରିବା ସହ ବିଭିନ୍ନ ଗ୍ୟାରେଂଟି ସମ୍ପର୍କରେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ଏସବୁ ଭିତରେ ଚର୍ଚ୍ଚାର ବିଷୟ ପାଲଟିଛି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ମତ। ସେ ଆଜି ଆଜି ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ମୁଁ ବୁଝିପାରୁଛି ଯେ ବିଜେପି ଶାସିତ ରାଜ୍ୟରୁ ତିନିଜଣ ସିଏମ୍ ଏଠାରେ ଅଛନ୍ତି ଏବଂ ସଂସଦର ପୂର୍ବତନ ବାଚସ୍ପତିଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ମଧ୍ୟ ଅଛନ୍ତି।

ସେମାନେ ସମସ୍ତେ ବିଜେପିକୁ ଡୋଜ ଦେବା ପାଇଁ ଚେଷ୍ଟା କରୁଛନ୍ତି। ବୁଷ୍ଟର ଡୋଜ୍ ଦେବା ପାଇଁ ପ୍ରକୃତରେ କଠିନ ଚେଷ୍ଟା କରୁଛନ୍ତି କିନ୍ତୁ ମୁଁ ନିଶ୍ଚିତ ଯେ ବିଜେଡି ବିଧାନସଭାରେ ତିନି-ଚତୁର୍ଥ ସଂଖ୍ୟା ଗରିଷ୍ଠତା ହାସଲ କରିବ ଏବଂ ନବୀନ ବାବୁ ୯ ଜୁନ୍ ଦିନ ୧୧.୩୦ରୁ ୧.୩୦ ପର୍ଯ୍ୟନ୍ତ ଶପଥ ଗ୍ରହଣ କରିବେ। ବିଜେପି ଯେ କୌଣସି ପ୍ରଚେଷ୍ଟା କରୁନା କାହିଁକି, ନବୀନ ବାବୁଙ୍କ ପଲ୍ଲା ଭାରି ହେବ। ନବୀନ ବାବୁ ଅନେକ ବାତ୍ୟା ଓ ମହାବାତ୍ୟା ଦେଖିଛନ୍ତି, ତେଣୁ ଏମାନଙ୍କ ହାୱା ନବୀନ ବାବୁଙ୍କ ଉପରେ କୌଣସି ପ୍ରଭାବ ପକାଇବା ନାହିଁ, ପ୍ରଭୁ ଜଗନ୍ନାଥ ଓ ଓଡ଼ିଶା ବାସୀଙ୍କ ଆଶୀର୍ବାଦରୁ ଜୁନ ୯ରେ ଶପଥ ନେବେ ମୁଖ୍ୟମନ୍ତ୍ରୀ। ଶପଥ ନେବା କ୍ଷଣି ମାଗଣା ବିଜୁଳି ଯୋଜନା ଜାରି ହେବ। ଏହା ସହ ନବୀନ ବାବୁଙ୍କ ନିଜେ ଗ୍ୟାରେଂଟି ଦେଇଛନ୍ତି, ରାଜ୍ୟରେ ସମସ୍ତଙ୍କ ପାଇଁ ଜାରି ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ସରକାରୀ ଚାକିରିଆ ମାନେ ବି ଏହି ଯୋଜନାର ଲାଭ ଉଠାଇପାରିବେ ବୋଲି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ କହିଛନ୍ତି।

Leave A Reply

Your email address will not be published.