Odisha Link
Bridging the Missing Links in Odisha

କାଲି ରାଜଧାନୀବାସୀ ଦେଖିବେ ନବୀନ ଶୋ’, ଗଙ୍ଗନଗର ଛକରୁ ଆରମ୍ଭ ହେବ ପ୍ରଚାର

ଓଏଲ୍‌ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ ଶୋ’ ପରେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ ଶୋ’ ଦେଖିବେ ରାଜଧାନୀବାସୀ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ରୋଡ ଶୋ’। ଆସନ୍ତା ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀରେ ମେଗା ରୋଡ ଶୋ’ କରିବେ। ଏହାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଉଛି। ଡିସିପିଙ୍କ ନେତୃତ୍ବରେ ସହରରେ ବଡ଼ ଫ୍ଲାଗ ମାର୍ଚ୍ଚ କରାଯାଇଛି।ମି

ଳିଥିବା ସୂଚନା ମୁତାବକ, ଆସନ୍ତାକାଲି ନବୀନ ପଟ୍ଟନାୟକଙ୍କ ମେଗା ରୋଡ ଶୋ’ ଭୁବନେଶ୍ୱର ଗଙ୍ଗନଗର ଛକରୁ ଆରମ୍ଭ ହେବ। ୬.୩୦ରେ ଗଙ୍ଗନଗର ଛକରୁ ଏହି ପ୍ରଚାର ଆରମ୍ଭ ହୋଇ ଗୋପବନ୍ଧୁ ନଗର, ଡିଏଭି ସ୍କୁଲ ରାସ୍ତା, ଶ୍ରୀକୃଷ୍ଣ କ୍ଳବ ଛକ, କଳିଙ୍ଗ ଷ୍ଟାଡିୟମ, ବାୟାବାବା ମଠ ରାସ୍ତା, ସତ୍ୟନଗର ରାସ୍ତା ଦେଇ ୭.୩୦ରେ ଶିଶୁଭବନ ଛକରେ ପ୍ରଚାର ଶେଷ ହେବ।

Leave A Reply

Your email address will not be published.